କଟକ: ଟିକା ରାଜନୀତିରେ ଅସନ୍ତୁଷ୍ଟ କଟକବାସୀ । ଶାସକ ଦଳ ଓ ବିରୋଧୀ ଦଳର କାମ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲୋକଙ୍କ ହିତ ପାଇଁ ରହିବା ଦରକାର । କିନ୍ତୁ ବିଜେଡି ବିଜେପି ଏବଂ କଂଗ୍ରେସ କେବଳ ଦଳୀୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି ବୋଲି କଟକବାସୀ ଅଭିଯୋଗ କରିଛନ୍ତି ।
ଟିକା ରାଜନୀତିରେ ଅସନ୍ତୁଷ୍ଟ କଟକବାସୀ - cuttack vaccination
ବିଜେଡି, ବିଜେପି ଏବଂ କ୍ରଂଗ୍ରେସ କେବଳ ଦଳୀୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି ବୋଲି କଟକବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ...
![ଟିକା ରାଜନୀତିରେ ଅସନ୍ତୁଷ୍ଟ କଟକବାସୀ ଟିକା ରାଜନୀତିରେ ଅସନ୍ତୁଷ୍ଟ କଟକବାସୀ](https://etvbharatimages.akamaized.net/etvbharat/prod-images/768-512-12278753-thumbnail-3x2-kj.jpg)
କେଉଁ ଦଳ ଟୀକା କେନ୍ଦ୍ରରେ ତ କେଉଁ ଦଳ ସ୍ମଶାନରେ ସୁପ୍ରିମୋଙ୍କ ପୋଷ୍ଟର ମାରୁଛି । ଯାହା ଏକ ବଡ଼ ନିନ୍ଦାର ପ୍ରସଙ୍ଗ ବୋଲି ସାଧାରଣ ଜନତା କହିଛନ୍ତି । ବର୍ତ୍ତମାନ କୋଭିଡର ସ୍ଥିତି ଯାହା ରହିଛି ତାହାକୁ ଦେଖିଲେ ଲାଗୁଛି ଟିକା ନେବା ନିତ୍ୟାନ୍ତ ଆବଶ୍ୟକ । ଏପରି ସ୍ଥଳରେ ଲୋକମାନଙ୍କ ମଧ୍ୟରେ ଟିକାର ଉତ୍ତମ ବାତାବରଣର ସୃଷ୍ଟି କରିବା ଏହି 3 ଦଳଙ୍କ କାମ । ବିଶେଷକରି ପ୍ରତି ଟିକା କେନ୍ଦ୍ରରେ ଲୋକଙ୍କ ସହାୟତା କରିବା ଆବଶ୍ୟକ ରହିଛି । ଏପରି ସ୍ଥଳରେ ଏମାନେ ଯେଉଁ ଟିକା ରାଜନୀତି କରୁଛନ୍ତି ତାହା ସହ ପୋଷ୍ଟର ରାଜନୀତି କରୁଛନ୍ତି ତାହା ନିଶ୍ଚୟ ରୂପରେ ଏକ ବଡ଼ ଅପ୍ରାସଙ୍ଗିକ ବିଷୟ ବୋଲି କଟକବାସୀ ଅଭିଯୋଗ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ