ଓଡିଶା

odisha

ETV Bharat / city

ବର୍ଷା ସମୟରେ କଟକରେ କାଳ ସାଜିଛି ଜାଇକା, କେବେ ସରିବ କାମ ? - କଟକର କାଳ ସାଜିଛି ଜାଇକା ଓ ନାଳ

ସିଲଭରସିଟିକୁ ଜାଇକା ଚିନ୍ତା। ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଦଶ ବର୍ଷ ଧରି ଜାଇକା ଯନ୍ତ୍ରଣାରେ ଜର୍ଜରିତ କଟକବାସୀ। ତେବେ ଜାଇକାକୁ ନେଇ କଟକବାସୀଙ୍କ ପ୍ରଶ୍ନ ଉଠାଇବା ପରେ, ଜାଇକା ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ଶୀଘ୍ର କାମ ସାରିବାକୁ ଦାବି କରିଛି କଟକ ନଗର କଂଗ୍ରେସ। ଅଧିକ ପଢନ୍ତୁ

ବର୍ଷା ସମୟରେ କଟକରେ କାଲ ସାଜିଛି ଜାଇକା, କେବେ ସରିବ କାମ?
ବର୍ଷା ସମୟରେ କଟକରେ କାଲ ସାଜିଛି ଜାଇକା, କେବେ ସରିବ କାମ?

By

Published : Jul 10, 2022, 4:42 PM IST

କଟକ:ନିଦ ହଜାଇଲାଣି ସିଲ୍‌ଭର ସିଟିର ଜାଇକା ପ୍ରକଳ୍ପ । ଏହି ପ୍ରକଳ୍ପ ଯୋଗୁଁ ଏବେ ଚିନ୍ତାରେ ଉବୁଟୁବୁ ହେଉଛନ୍ତି ସହରବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ 10 ବର୍ଷ ଧରି ଜାଇକା ଯନ୍ତ୍ରଣାରେ ଜର୍ଜରିତ କଟକବାସୀ । ଶିଳାନ୍ୟାସକୁ ୧୦ ବର୍ଷ ପୁରିଥିଲେ ସୁଦ୍ଧା ଆଜି ଯାଏଁ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । କଟକର ବାଉନବଜାର ତେପନ ଗଳିରେ କେବଳ ଜାଇକାର ହିଁ କ୍ଷତ ଚହ୍ନ ରହିଛି ।

ବର୍ଷା ସମୟରେ କଟକରେ କାଲ ସାଜିଛି ଜାଇକା, କେବେ ସରିବ କାମ?

ବିଶେଷକରି ମୌସୁମୀ ବର୍ଷା ସମୟରେ ଲୋକେ ନାନାବିଧ ସମସ୍ୟା ଭୋଗୁଛନ୍ତି । ଏହି ସମୟରେ ପ୍ରକଳ୍ପ ନିକଟରେ ନା ଅଛି ସୁରକ୍ଷା କଡ଼ନ ନା ମୁତୟନ ରହୁଛନ୍ତି ସୁରକ୍ଷା କର୍ମୀ । ଯେଉଁଥିପାଇଁ ଅନେକ ଲୋକେ ଆହତ ହେଉଥିବା ବେଳେ ଅନେକ ପ୍ରାଣ ଯାଉଛି । ଦିନ ବିତୁଥିଲେ ବି ପ୍ରକଳ୍ପ କାମ ଶେଷ ନହେବାକୁ ନେଇ କଟକବାସୀ କ୍ଷୋଭ ପ୍ରକାଶ କରିଛନ୍ତି । କଟକ ସହରରେ ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥା ଉନ୍ନତି ଆଣିବା ପାଇଁ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ୪ ବର୍ଷ ଭିତରେ ଅର୍ଥାତ ୨୦୧୬ରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ୨୦୧୬ ସରି ୨୦୨୨ ର ଅଧା ସରିବାକୁ ବସିଥିଲେ ସୁଦ୍ଧା ଆହୁରି ସରିନି ଜାଇକା କାମ ।

ତେବେ ଜାଇକାକୁ ନେଇ କଟକବାସୀଙ୍କ ପ୍ରଶ୍ନ ଉଠାଇବା ପରେ , ଜାଇକା ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ଶୀଘ୍ର କାମ ସାରିବାକୁ ଦାବି କରିଛି କଟକ ନଗର କଂଗ୍ରେସ । କେବଳ ଜାଇକା ନୁହେଁ ବରଂ ବକ୍ସ ଡ୍ରେନ ସ୍ୱରେଜ କାମ କେବେ ସରିବ ତାହାକୁ ନେଇ ମଧ୍ୟ ଚିନ୍ତାରେ ରହିଛନ୍ତି ସହରବାସୀ । ଡ୍ରେନେଜ୍‌ ସମସ୍ୟା ଯୋଗୁଁ ଖାଲ ଖମାରେ ଭର୍ତ୍ତି ସହର ରାସ୍ତା ଉପରେ ପାଣି ଜମିଛି । ଅନ୍ୟପଟେ ଦିନକୁ 4 ଘଣ୍ଟା ଜାଇକା ପାଇଁ ସମୟ ମିଳୁଛି ଏବଂ କେବେ ସରିବ କାମ ତାହା ଡିସେମ୍ବର ସୁଦ୍ଧା କହିହେବ ବୋଲି କହିଛନ୍ତି ଜାଇକା ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ । ପ୍ରକଳ୍ପ ପାଇଁ ଯେଉଁ ସମସ୍ୟା ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି ତାହାକୁ ଶୀଘ୍ର ସମାଧାନ କରାଯିବ । ଏହାଛଡା ସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା 2022 ଡିସେମ୍ବରରେ ଶେଷ ହେବ । ତେବେ ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ଶେଷ ହେବ ଜାଇକା ପ୍ରକଳ୍ପ । କେବେ ସରିବ ଏହି ଯନ୍ତ୍ରଣା ସେହି ଅପେକ୍ଷାରେ କଟକବାସୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details