କଟକ: ବାଲିଯାତ୍ରାରେ ଅନନ୍ୟ ଆକର୍ଷଣ ସୁଆଦିଆ ଖାଦ୍ୟ । ହେଲେ ବାସି ଖାଦ୍ୟ ବେପାର ଉପରେ ତୀକ୍ଷ୍ମ ନଜର ରଖିଛି ସିଏମସି । ପ୍ରଶାସନ ପକ୍ଷରୁ ଲଗାତାର ଚଢାଉ ଜାରି ରହିଥିବା ବେଳେ ବୁଧବାର ସକାଳୁ ସକାଳୁ ଖାଦ୍ୟ ଷ୍ଟଲ ଉପରେ ଛଡାଉ କରିଥିଲା ପ୍ରଶାସନ ।
‘ବାସିଖାଦ୍ୟ ଉପରେ ଚଢ଼ାଉ ସିଏମସିର ଏକ ପ୍ରହସନ’ - cuttack people dislike raid on food stall
ବାଲିଯାତ୍ରାରେ ବାସି ଖାଦ୍ୟ ଉପରେ ପ୍ରଶାସନ ଚଢାଉ ଜାରି ରଖିଥିବା ବେଳେ ଏହାକୁ ନା ପସନ୍ଦ କରିଛନ୍ତି କଟକ ବାସିନ୍ଦା । ଚଢାଉ ନାଁରେ ପ୍ରହସନ ଚାଲିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଏହି ଚଢାଉରେ ପାଖାପାଖି ସାଢେ 3 କୁଇଣ୍ଟାଲରୁ ଊର୍ଦ୍ଧ୍ବ ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ଏଥିସହ ପାଖାପାଖି ୧୧ ହଜାର ୩୫୦ ଟଙ୍କା ଟଙ୍କା ଫାଇନ ମଧ୍ୟ କରିଛି ସିଏମସି । ଅନ୍ୟପଟେ ଏହି ଚଢାଉକୁ ନା ପସନ୍ଦ କରିଛନ୍ତି କଟକ ବାସିନ୍ଦା । ଚଢାଉ ନାଁରେ ପ୍ରହସନ କରାଯାଉଥିବା ଅଭିଯୋଗ ହୋଇଛି । ସିଏମସି କେବଳ ଛୋଟ ଛୋଟ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରୁଥିବା ବେଳେ ବଡ଼ ବଡ଼ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରୁନଥିବା କହିଛନ୍ତି କଟକ ବାସିନ୍ଦା । ଏପରିକି ବଡ଼ ବଡ଼ ଷ୍ଟଲ ମାନଙ୍କ ସହ ଭିତିରିଆ ବୁଝାମୁଣା ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ