ଓଡିଶା

odisha

ETV Bharat / city

ପାର୍ବଣ ପୂର୍ବରୁ ଚମକିବ କଟକ: ମେୟର - ପାର୍ବଣରେ ଝଲସିବ ସିଲଭର ସିଟି

ଆଗକୁ ଦଶହରା ଓ ବାରବାଟୀରେ କ୍ରିକେଟ ମ୍ୟାଚ ଆସୁଥିବାରୁ କଟକ ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସବୁ କାର୍ଯ୍ୟର ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଠିକାଦାର ଓ ସିଟି ଇଞ୍ଜିନିୟରଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ । ଅଧିକ ପଢନ୍ତୁ

ଦଶହରା ଓ ବାରବାଟୀ ମ୍ୟାଚ ପୂର୍ବରୁ ଚମକିବ କଟକ: ମେୟର
ଦଶହରା ଓ ବାରବାଟୀ ମ୍ୟାଚ ପୂର୍ବରୁ ଚମକିବ କଟକ: ମେୟର

By

Published : Sep 9, 2022, 10:26 PM IST

କଟକ: ପାଖେଇ ଆସୁଛି ପାବର୍ଣ ଋତୁ । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି କଟକ ସହର । ପାର୍ବଣରେ ଝଲସିବ ସିଲଭର ସିଟି । ଦୁଇ ବର୍ଷ ପରେ ଚଳିତବର୍ଷ ବେଶ ଧୂମଧାମରେ ପାର୍ବଣ ପାଳନ କରିବା ପାଇଁ କଟକବାସୀ ଚାହିଁ ରହିଛନ୍ତି । ତେବେ ଏନେଇ କଟକକୁ ସବୁ ଦିଗରୁ ନୂଆ ରୂପ ଦେବା ଲାଗି ଅଣ୍ଟା ଭିଡିଛି କଟକ ମହାନଗର ନିଗମ ।

ଦଶହରା ଓ ବାରବାଟୀ ମ୍ୟାଚ ପୂର୍ବରୁ ଚମକିବ କଟକ: ମେୟର

ସୂଚନା ଅନୁଯାୟୀ, ଆଗକୁ ଦଶହରା ଓ ବାରବାଟୀରେ କ୍ରିକେଟ ମ୍ୟାଚ ଆସୁଥିବାରୁ କଟକ ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ସବୁ କାର୍ଯ୍ୟର ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଠିକାଦାର ଓ ସିଟି ଇଞ୍ଜିନିୟରଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ । ଯଦି ଏହି ଦିଗରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ସିଧାସଳଖ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଅନ୍ୟପଟେ ବାରବାଟୀରେ ଚଳିତ ମାସ 27,29, 30 ତାରିଖରେ ଲିଜେଣ୍ଡ କ୍ରିକେଟ ମ୍ୟାଚ ଖେଳାଯିବ । ଏଥିପାଇଁ କଟକ ଆସିବେ ବହୁ ନାମୀ ଦାମୀ କ୍ରିକେଟର, କଳାକାର ଓ ଅଫିସର । ତେବେ ସେମାନଙ୍କୁ ଦୃଷ୍ଟିରେ ରଖି ଯେପରି କଟକର କୌଣସି ଦିଗ ସମସ୍ୟା ଜର୍ଜରିତ ନହୁଏ ସେ ଦିଗରେ ମଧ୍ୟ ସିଏମସି ଜାରି ରଖିଛି କାମ । ଏହି ଦୁଇଟି ବଡ ଆୟୋଜନ ପୂର୍ବରୁ ସବୁ ପ୍ରସ୍ତୁତି ସରିଥିବ ବୋଲି ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ ।

ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି," ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାମ ଚାଲିଛି । କାମ ଚାଲିଥିବା ସ୍ଥାନରେ ଇଞ୍ଜିନିୟର ଓ ସମ୍ପୃକ୍ତ ଠିକାଦାର ମଧ୍ୟ ରହିବେ । ଯଦି କୌଣସି କାମରେ ତୃଟି ରୁହେ ତାହାଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ଷା ପାଇଁ ଦୁଇ ଦିନ ସମସ୍ୟା ଦେଖା ଦେଇପାରେ । କିନ୍ତୁ ଦଶହରା ହେଉଛି କଟକର ବଡ ପର୍ବ ଏବଂ ଆଗକୁ ମଧ୍ୟ ବାରବାଟୀରେ କ୍ରିକେଟ ମ୍ୟାଚ ଆସୁଛି । ଏଥିପାଇଁ କ୍ରିକେଟର ଓ କଳାକାର ମାନେ ସବୁ ଆସିବେ ତେଣୁ ଏନେଇ ଆମେ ରୋଡକୁ ଟିପଟପ ରଖିବାକୁ ଚେଷ୍ଟା କରିବା ସହ ଲାଇଟ ଆରେଞ୍ଜମେଣ୍ଟର ମଧ୍ୟ ବ୍ୟବସ୍ଥା କରିବୁ।"

ସୂଚନା ଥାଉକି, ଗତ କିଛି ଦିନ ପୂର୍ବେ ଚୌଧୁରୀ ବଜାର ଅଞ୍ଚଳରେ ବିରାଟ ଗାତ ସୃଷ୍ଟି ହୋଇଥିଲା । କଟକ ମେୟର ଉକ୍ତ ସ୍ଥାନକୁ ଗସ୍ତ କରି ମରାମତି କରିଥିଲେ । ସେହିପରି ଦେଉଳ ସାହି ଛକରେ ସମାନ ଭାବରେ ରାସ୍ତା ଦବି ଗାତ ସୃଷ୍ଟି ହୋଇଥିବା ବେଳେ ମେୟର ମରାମତି କରାଇଥିଲେ । ସହରର ଏପରି ଅବସ୍ଥାର ଯାଞ୍ଚ କରିବାକୁ କଟକ ମେୟର ସୁବାସ ସିଂହ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details