କଟକ: ସାବଧାନ । ମାସ୍କ ବ୍ୟବହାର ନକଲେ ଆଜିଠୁ ଲାଗିବ ଜୋରିମାନା । ଘରୁ ବାହାରିବା ମାତ୍ରେ ମୁଁହରେ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ । ଯିଏ ଏଥିରୁ ଖିଲାପ କରିବ ସେ ଜୋରିମାନା ଭୋଗିବା ନିଶ୍ଚୟ ବୋଲି ସିଏମସି ପକ୍ଷରୁ ସୂଚନା ରହିଛି ।
କଟକରେ କୋରୋନାର ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର କରିବା କଟକ ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । କଟକ ସିଏମସିର ଉଚ୍ଚ ପଦସ୍ତ ଅଧିକାରୀ ଫାଇନ କାଟିବା ପାଇଁ ସ୍ଥିର କରାଯାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ୱାର୍ଡରେ ପଇଁତରା ମାରିବେ ସିଏମସି ଅଧିକାରୀ ।