କଟକ:ବାତ୍ୟା ଜୱାଦ(Cyclone Jawad) ପାଇଁ ପ୍ରସ୍ତୁତ କଟକ ମହାନଗର ନିଗମ । କଟକ ଅରେଞ୍ଜ ଜୋନରେ ରହିଥିବାରୁ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ଯଦି ବର୍ଷା ହୁଏ ତେବେ ଜଲବନ୍ଦୀ ହେବନି କଟକ ସହର । ସବୁ ଦିଗରୁ ପ୍ରସ୍ତୁତି ସରିଥିବା ସିଏମସି କମିଶନର ଅନନ୍ୟା ଦାସ(CMC Commissioner Ananya Das) କହିଛନ୍ତି ।
Cyclone Jawad: ସତର୍କ ରହିଛି CMC କହିଲେ କମିଶନର - କଟକରେ ବାତ୍ୟା ପ୍ରସ୍ତୁତି
ବାତ୍ୟା ଜୱାଦ(Cyclone Jawad preparation) ପାଇଁ ପ୍ରସ୍ତୁତ କଟକ ମହାନଗର ନିଗମ । ସମସ୍ତ ବ୍ୟବସ୍ଥା କରାଯାଇଥିବା କମିଶନର ଅନନ୍ୟା ଦାସଙ୍କ ସୂଚନା । ଅଧିକ ପଢନ୍ତୁ
Cyclone Jawad: ସତର୍କ ରହିଛି ସିଏମସି କହିଲେ କମିଶନର
ସିଏମସି କମିଶନର କହିଛନ୍ତି ଯେ, ସମସ୍ତ ବଡ଼ ନାଳ ଓ ଡ୍ରେନ ସଫା ଆରମ୍ଭ ହୋଇଛି । ଯାହାଦ୍ୱାରା ଜଳବନ୍ଦୀ ସମସ୍ୟା ଉପୁଜିବ ନାହିଁ । ଏହାସହ ବର୍ଷା ପୂର୍ବରୁ ସହରର ବିଭିନ୍ନ ସ୍ଥାନଗୁଡିକରେ ପମ୍ପ ସେଟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ତଳିଆ ଅଞ୍ଚଳବାସୀଙ୍କୁ ଅନ୍ୟତ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ