କଟକ:ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ବା କାଳୀପୂଜା । କଟକରେ କାଳିପୂଜା ପ୍ରସ୍ତୁତି ନେଇ ଆଜି ସିଏମସି ତରଫରୁ ଏକ ବୈଠକ ବସିଥିଲା । କଟକ ମହାନଗର ନିଗମ କାର୍ଯ୍ୟାଳୟରେ ବସିଥିବା ବୈଠକରେ କାଳୀପୂଜା ସମୟରେ ବାତ୍ୟା ହେବା ଆଶଙ୍କା ଥିବାରୁ ସେନେଇ ଆଲୋଚନା ହୋଇଥିଲା । ଏଥି ସହ ବର୍ତ୍ତମାନ କଟକର ରାସ୍ତାଘାଟ ପରିମଳ ଦିଗକୁ ବେଶି ଫୋକସ କରାଯାଇଥିଲା । କାଳିପୂଜା ସମୟରେ ପରିମଳ , ବିଦ୍ୟୁତ ,ଜଳ ଯୋଗାଣ ,ଇତ୍ୟାଦି ଉପରେ ଗୁରୁତ୍ବ ଦେବ ସିଏମସି । ଏନେଇ ବୈଠକେର ନିଷ୍ପତ୍ତି ନେଇଛନ୍ତି ମେୟର ସୁବାଷ ସିଂ ।
ସବୁ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଅବଗତ କରାଯିବ । ତେବେ ଦୀର୍ଘ ଦୁଇ ବର୍ଷ କାଳୀପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ଜାକଜମକରେ କରିବାକୁ ଲକ୍ଷ୍ୟ ରଖିଛି ସିଏମସି । ତେବେ ଆଜିର ବୈଠକରେ ପୂଜା କମିଟି, ମେୟର, କମିଶନର ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ କଟକ ମେୟର ସୁବାଷ ସିଂ କହିଥିଲେ, ''ଲଘୁଚାପ ଜନିତ ବର୍ଷ ଦୁର୍ଗା ସମୟରେ ହୋଇଥିବାରୁ ଆମେ ସେ ସମୟରେ ଭଲ ମୁକାବିଲା କରିଥିଲୁ, ତେବେ ଆସନ୍ତା ୨୪ ତାରିଖରେ କାଳିପୂଜା ହେବ, ଏହା ପରେ ୨୮ ତାରିଖରେ ଭସାଣ ଉତ୍ସବ ହେବ, ତେଣୁ ଏସବୁ ପାଇଁ ରାସ୍ତାଘାଟ ସ୍ଥିତି ସବୁ କଣ ଅଛି, ବିଦ୍ୟୁତ ନେଇ କଣ ସମସ୍ୟା ରହିଛି, ଏସମସ୍ୟା ବିଷୟରେ ଆଲୋଚନା କରିଛୁ । ଆସୁଥିବା ବାତ୍ୟାକୁ ନେଇ ମଧ୍ୟ ଆଲୋଚନା କରିଛୁ ।''