କଟକ:ପାଖେଇ ଆସୁଛି ପୌର ନିର୍ବାଚନ। ସରଗରମ ରହିଛି କଟକ ମହାନଗର ନିଗମରେ ଅଧୀନରେ ଥିବା 59ଟି ୱାର୍ଡ। ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଏନେଇ ଅଣ୍ଟା ଭିଡି ସାରିଛନ୍ତି। ଏକପ୍ରକାର ତ୍ରିମୁଖୀ ଲଢେଇ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତି ଚାଲିଛି ।
ତେବେ ନିର୍ବାଚନକୁ ନେଇ କଟକ ନଗର ବିଜେପି ସଭାପତି ବଡ ଦାବି କରିଛନ୍ତି । କହିଛନ୍ତି ବିଜେଡିର ଅସଲ ଯୋଜନା ଲୋକ ଜାଣି ସାରିଛନ୍ତି। କଳା ଟଙ୍କା ବିନିଯୋଗ ଓ ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରି ବିଜୟ ହେବା ଲକ୍ଷ୍ୟରେ ରହିଛି ବିଜେଡି। କିନ୍ତୁ ତାହା ହେବାକୁ ଦେବନି ଭାରତୀୟ ଜନତା ପାର୍ଟି । ଦଳ ଯେଉଁ ନିୟମ ରହିଛି ସେହି ଅନୁସାରେ ନିର୍ବାଚନ ଲଢିବ ।