କଟକ:ଶେଷ ହେଲା CMC (ସିଏମସି) ନିର୍ବାଚନ। ଭୋଟ ଦାନ କାର୍ଯ୍ୟ ଶେଷ ହେବା ପରେ ଇଭିଏମ ଗୁଡ଼ିକ ମତଦାନ କେନ୍ଦ୍ରରୁ ଷ୍ଟ୍ରଙ୍ଗରୁମକୁ ଫେରିବା ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି । ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପ୍ରକ୍ରିୟା ଜାରି ରହିଛି ।
Municipal Election: ଶାନ୍ତି ଶୃଙ୍ଖଳା ନେଇ କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ - ସିଏମସି ନିର୍ବାଚନ
ଶେଷ ହେଲା CMC (ସିଏମସି) ନିର୍ବାଚନ। ଭୋଟ ଦାନ କାର୍ଯ୍ୟ ଶେଷ ହେବା ପରେ ଇଭିଏମ ଗୁଡ଼ିକ ମତଦାନ କେନ୍ଦ୍ରରୁ ଷ୍ଟ୍ରଙ୍ଗରୁମକୁ ଫେରିବା ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ
ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ସିଏମସି ନିର୍ବାଚନ: ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଳାପାଳ
ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ସିଏମସି ନିର୍ବାଚନ: ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଳାପାଳ
ତେବେ ଇଭିଏମ ଗୁଡ଼ିକକୁ ସୁରକ୍ଷା ବଳୟ ମଧ୍ୟରେ ବୋଷ ଇଞ୍ଜିନିୟରିଂ ସ୍କୁଲସ୍ଥିତ ଷ୍ଟ୍ରଙ୍ଗରୁମରେ ରଖାଯାଉଛି । ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଉଛି । ସଶସ୍ତ୍ର ପୋଲିସ କର୍ମଚାରୀଙ୍କ 24 ଘଣ୍ଟିଆ ପ୍ରହରା ମଧ୍ୟରେ ରହୁଥିବା ଷ୍ଟ୍ରଙ୍ଗ ରୁମ ଏବଂ ଏହାର ଆଖପାଖ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ସେପଟେ ସିଏମସିରେ 50 ପ୍ରତିଶତରୁ ଊର୍ଦ୍ଧ୍ବ ମତଦାନ ହୋଇ ଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ