ଓଡିଶା

odisha

ETV Bharat / city

ଆକ୍ସନ ମୁଡରେ କଟକ ସାଂସଦ ଭର୍ତ୍ତୃହରି ମହତାବ

ଶନିବାର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଅଚାନକ ସିଏମସି କାର୍ଯ୍ୟାଳୟ ଗସ୍ତ କରି ସିଏମସି ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ସହ ସହରର ବିଭିନ୍ନ ସମସ୍ୟା ଉପରେ ଟିକନିକ ଆଲୋଚନା କରିଥିଲେ।

By

Published : Jun 1, 2019, 10:00 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

କଟକ: ଆକ୍ସନ ମୁଡରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ଶନିବାର ସେ ଅଚାନକ ସିଏମସି କାର୍ଯ୍ୟାଳୟ ଗସ୍ତ କରି ବିଭାଗୀୟ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ସହ ସହରର ବିଭିନ୍ନ ସମସ୍ୟା ଉପରେ ଟିକନିକ ଆଲୋଚନା କରିଥିଲେ । ବିଶେଷକରି ଫନି ପ୍ରଭାବରେ କଟକ ସହରର କେତେ କ୍ଷୟକ୍ଷତି ହୋଇଛି, କଣ କଣ ସମସ୍ୟା ଅଛି, ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପଚାରି ବୁଝିଥିଲେ କଟକ ସାଂସଦ ।

ବିଶେଷକରି ରାସ୍ତାଘାଟ, ବିଜୁଳି ସମସ୍ୟାର ସୁଧାର, ବର୍ଜ୍ୟବସ୍ତୁ କିପରି ଶୀଘ୍ର ନିଷ୍କାସନ ହେବ, ନଷ୍ଟ ହୋଇ ପଡ଼ିଥିବା ପାର୍କ ଗୁଡିକ କିପରି ଶୀଘ୍ର ଲୋକଙ୍କ ପାଇଁ ଖୋଲାଯିବ ଏବଂ ସବୁଜିମା ସ୍ଥାନରେ କିପରି ଶୀଘ୍ର ବୃକ୍ଷରୋପଣ କରାଯିବ । ଏନେଇ ସେ ବିସ୍ତୃତ ଭାବେ ଆଲୋଚନା କରିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ

ସେହିପରି ସହରରେ ଡ୍ରେନରେ ଜଳ ନିଷ୍କାସନ ବ୍ୟବସ୍ଥା ତ୍ବରାନ୍ବିତ ହୋଇଥିବାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମି ବର୍ଷା ଋତୁରେ ଜଳବନ୍ଦୀ ସମସ୍ୟାର ସୁଧାର ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ତେବେ ଆସନ୍ତା ସପ୍ତାହରେ ପୁନର୍ବାର ଏଭଳି ବୈଠକ କରାଯାଇ କାର୍ଯ୍ୟ ତ୍ବରାନ୍ବିତ ହୋଇଛି କି ନାହି ସେ ସମୀକ୍ଷା କରାଯିବ ବୋଲି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details