କଟକ: ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ରାସ୍ତାଘାଟ, ଡ୍ରେନେଜ ସମସ୍ୟା ଓ ଜାଇକା କାମକୁ ସଠିକ ସମୟରେ ଓ ସଠିକ ଢଙ୍ଗରେ ସାରିବାକୁ କଡ଼ା ଚେତାବନୀ ଦେଇଛନ୍ତି ସୁବାସ । 'କାମ କର ନଚେତ ମାଲକାନଗିରି ଯାଅ' ଏଭଳି ଢଙ୍ଗରେ ସେ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।
କାମ କର ନହେଲେ ମାଲକାନଗିରି ଯାଅ: ସୁବାସ ସିଂ - ଅଧିକାରୀଙ୍କ ଉପରେ ବର୍ଷିଲେ କଟକ ମେୟର
କଟକ ମେୟର ସୁବାସ ସିଂ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି । ସଠିକ ସମୟରେ ଓ ସଠିକ ଢଙ୍ଗରେ କାମ କରିବାକୁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ
କାମ କର ନହେଲେ ମାଲକାନଗିରି ଯାଅ: ସୁବାସ ସିଂ
କାମ କର ନହେଲେ ମାଲକାନଗିରି ଯାଅ: ସୁବାସ ସିଂ
କଟକ ମହାନଗର ନିଗମ(CMC)ରେ ବସିଥିବା ଏକ ସ୍ବତନ୍ତ୍ର ବୈଠକରେ ସିଏମସି ସମେତ ୱାଟକୋ, ଆର ଆଣ୍ଡ ବି ଓ ଜାତୀୟ ରାଜପଥ ଭଳି ଅନେକ ବିଭାଗର ଅଧକାରୀଙ୍କୁ ନେଇ ହୋଇଥିଲା ବୈଠକ। ସହରର ପ୍ରମୁଖ ସମସ୍ୟା ସହ ରାସ୍ତାଘାଟର ମରାମତି ଶୀଘ୍ର ସାରିବାକୁ ଏହି ବୈଠକରେ ହୋଇଥିଲା ନିଷ୍ପତ୍ତି । ଏହାସହ ମୌସୁମୀ ପୂର୍ବରୁ କଟକର ବଡ଼ ନାଳ ସମେତ ଶାଖା ନାଳରୁ ପଙ୍କ ଉଦ୍ଧାର କାର୍ଯ୍ୟକୁ ସାରିବା ପାଈଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମେୟର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ