କଟକ: ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ । ଅଫିସ ଯାଉଥିବା ସମୟରେ ଫିରିଙ୍ଗ ବଜାର ଛକ ନିକଟରେ ଏକ ମଲା କୁକୁର ପଡିଥିବାର ମେୟର ଦେଖିଥିଲେ । ଏହାପରେ ସେ ନିଜର ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ । ଡ୍ରାଇଭର ଗାଡି ରଖିବା ମାତ୍ରେ ସୁବାସ ଗାଡିରୁ ଓହ୍ଲାଇ ନିକଟରେ ଥିବା ଏକ ଦୋକାନରୁ ଏକ ବ୍ୟାଗ କିଣି ମଲା କୁକୁରଟିକୁ ନିଜ ଗାଡ଼ିରେ ନେଇ ଅଫିସକୁ ଯାଇଥିଲେ ।
ସେଠାରେ ମେୟର ନିଜ କର୍ମଚାରୀମାନଙ୍କ ଦ୍ବାରା ମଲା କୁକୁରଟିକୁ ପୋତିବାର ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ୱାର୍ଡରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ମେୟର । ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ମଲା କୁକୁର ପଡି ରହିଥିବା ବେଳେ କାର୍ଯ୍ୟରତ ଅଧିକାରୀମାନେ କାହିଁକି ଜାଣିପାରିଲେ ନାହିଁ, ସେମାନେ କାହିଁକି ସେମାନଙ୍କ ଦାୟିତ୍ବ ସଠିକ୍ ଭାବରେ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର ସୁବାସ ସିଂହ ।