କଟକ:ଫିସ୍ ବୃଦ୍ଧିକୁ ବିରୋଧ କରି ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଗର୍ଜିଲେ ଛାତ୍ରଛାତ୍ରୀ । ସେମିଷ୍ଟାରରେ ବର୍ଦ୍ଧିତ ଫିସ୍ ଆଦାୟ କରି ପିଲାଙ୍କ ଟଙ୍କାରେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆଜି(ଗୁରୁବାର) ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । କୋଭିଡ ପାଇଁ ପରିବାରର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ କର୍ତ୍ତୁପକ୍ଷଙ୍କ ବାରମ୍ବାର ଫି ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀ କହିଛନ୍ତି ।
ତେଣୁ ଫି ବୃଦ୍ଧିକୁ ରୋକିବା ପାଇଁ ଆନ୍ଦୋଳନର ପନ୍ଥା ଆପଣେଇଥିବା କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ବାହାରେ ଆନ୍ଦୋଳନ କରିବା ପରେ କ୍ଲାସ୍ ରୁମ୍କୁ ପ୍ରବେଶ କରି ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।