ଓଡିଶା

odisha

ETV Bharat / city

କଟକରେ ୨୦୨୨ ସୁଦ୍ଧା ଶେଷ ହେବ ଜାଇକା ପ୍ରକଳ୍ପ ! - ଜାଇକା ପ୍ରକଳ୍ପର ସମୀକ୍ଷା କଟକ ବାରବାଟୀ ବିଧାୟକ

କଟକ ସହରରେ ଚାଲୁଥିବା ଜାଇକା ପ୍ରକଳ୍ପର ସମୀକ୍ଷା କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ। ଏହା 2020 ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

cuttack jaica works review by cuttack barabati mla
କଟକରେ ୨୦୨୨ ସୁଦ୍ଧା ଶେଷ ହେବ ଜାଇକା ପ୍ରକଳ୍ପ !

By

Published : Jan 19, 2021, 5:35 PM IST

କଟକ: ସହରରେ ୨୦୨୨ ସୁଦ୍ଧା ଶେଷ ହେବ ଜାଇକା ପ୍ରକଳ୍ପ କାର୍ଯ୍ୟ । କଟକ ସହରରେ ଚାଲୁଥିବା ଜାଇକା ପ୍ରକଳ୍ପର ସମୀକ୍ଷା କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ।

କଟକରେ ୨୦୨୨ ସୁଦ୍ଧା ଶେଷ ହେବ ଜାଇକା ପ୍ରକଳ୍ପ !

କଟକ ସହର ମୁଖ୍ୟ ସମସ୍ୟା ହେଉଛି ଜାଇକା । ଦୀର୍ଘ ଦିନ ହେବ ଏହି ଜାଇକା ଗୁଡିକ ନିର୍ମାଣ କାର୍ଯ୍ୟ ଚାଲିଛି । ଏ ନେଇ ଆଜି ବିଧାୟକ ମହମ୍ମଦ ମୋକିମ କାର୍ଯ୍ୟର ଅଗ୍ରଗତିକୁ ନେଇ ସମୀକ୍ଷା କରିଛନ୍ତି । ବିଶେଷକରି ଷ୍ଟୁଆର୍ଟ କଲେଜ ଠାରୁ ପଟାପୋଲ ପର୍ଯ୍ୟନ୍ତ ଡ୍ରେନ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ ସହରରେ ଯେଉଁ କାର୍ଯ୍ୟ ବନ୍ଦ ହୋଇ ପଡିଛି ,ଖୁବଶୀଘ୍ର ଶେଷ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସହରରେ ଯେପରି ଜଳମଗ୍ନ ସ୍ଥିତି ନଉପୁଜେ ସେଥିପ୍ରତି ସମସ୍ତ କାମ ସଠିକ ସମୟରେ ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି।

କେବଳ ସେତିକି ନୁହେଁ ଜାଇକା କାମ ପାଇଁ ସହରବାସୀ ଯେଉଁ ସମସ୍ୟାରେ ପଡୁଛନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ବିଧାୟକ ତାଗିଦ କରିଛନ୍ତି। ତେବେ ଜାଇକା କାମ ୨୦୨୨ ସୁଦ୍ଧା ଶେଷ ହେବ ବୋଲି ବୈଠକ ପରେ ବିଧାୟକ ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details