କଟକ: କୋରୋନାକୁ ପ୍ରତିହିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରୁଛି କଟକ ଖପୁରିଆ ଆଇଟିଆଇ । ଏଥର କିନ୍ତୁ ନୂଆ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରାଯାଇଛି । ୟୁଭିସି ଷ୍ଟେରିଲାଇଜର ପ୍ରସ୍ତୁତ କରିଛି ଖପୁରିଆ ଆଇଟିଆଇ ।
ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ କରିବା ପାଇଁ ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମେସିନ - ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ କରିବ
ୟୁଭିସି ଷ୍ଟେରିଲାଇଜର ପ୍ରସ୍ତୁତ କରିଛି ଖପୁରିଆ ଆଇଟିଆଇ । ଏହା ଦ୍ବାରା ମଣିଷ ନୁହେଁ ବରଂ ମଣିଷ ବ୍ୟବହାର କରୁଥିବା ସାମଗ୍ରୀକୁ ସାନିଟାଇଜ କରାଯାଇ ପାରିବ । ଅଧିକ ପଢ଼ନ୍ତୁ...
ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ କରିବା ପାଇଁ ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମେସିନ
ଏହାଦ୍ବାରା ମଣିଷ ନୁହେଁ ବରଂ ମଣିଷ ବ୍ୟବହାର କରୁଥିବା ସାମଗ୍ରୀକୁ ସାନିଟାଇଜ କରାଯାଇ ପାରିବ । ଏକ ଲାଇଟ ଦ୍ୱାରା ସହଜରେ ସାନିଟାଇଜ କରାଯାଇ ପାରିବ ସାମଗ୍ରୀ ସବୁ । ପ୍ରତ୍ୟେକ ସାମଗ୍ରୀକୁ ୫ ରୁ ୬ ଇଞ୍ଚ ଉପରୁ ଏହାକୁ ଦେଖାଇଲେ ସାମଗ୍ରୀରେ ଥିବା କିଟାଣୁ ଗୁଡିକ ନଷ୍ଟ ହୋଇଯିବେ ବୋଲି ଖପୁରିଆ ଆଇଟିଆଇ ଦାବି କରିଛି । ଏହାକୁ ସ୍କୁଲ, କଲେଜ ଭଳି ଭିଡ଼ ସ୍ଥାନମାନଙ୍କରେ ବ୍ୟବହାର କରିହେବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ