କଟକ: କଟକ ଆୟକର ବିଭାଗ ପକ୍ଷରୁ ଆରମ୍ଭ ହେଲା ସାଇକେଲ ରାଲି । କଟକରୁ ପୁରୀ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରିବେ କର୍ମୀ । ଆବାଳ ବୃଦ୍ଧବନିତା ସମସ୍ତଙ୍କ ମନରେ ଦେଶପ୍ରେମ ଜାଗ୍ରତ ଏହି ରାଲିର ମୁଖ୍ୟ ଲକ୍ଷ୍ୟ ।
ଚଳିତବର୍ଷ ଦେଶ ପାଳୁଛି 75ତମ ସ୍ୱାଧୀନତା ଦିବସ । ଏହି ଉପଲକ୍ଷେ କେନ୍ଦ୍ର ସରକାର 'ଆଜାଦୀ କା ଅମୃତ ମହୋତ୍ସବ'ର ଶୁଭାରମ୍ଭ ମଧ୍ୟ କରିଛନ୍ତି । ତେବେ ଏହି ଦେଶପ୍ରେମକୁ ଆହୁରି ଜାଗ୍ରତ କରିବା ପାଇଁ କଟକ ଆୟକର ଭବନ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ସାଇକେଲ ରାଲି । ଯାହା କଟକରୁ ଆରମ୍ଭ ହୋଇ ପୁରୀ ପର୍ଯ୍ୟନ୍ତ ଯିବ ।