କଟକ: ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ସମୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଚାରି ଜଣ ସଦ୍ୟସ ଘରେ ଥିବାବେଳେ ବାହାରପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ।
ଘରେ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୁତ ମାହାଙ୍ଗା ପଞ୍ଚାୟତ ବାଲିପଡ଼ା ପାଟଣା ସାହିରେ ଘଟିଛି ଏହି ନାରକୀୟ କାଣ୍ଡ । ସୌଭାଗ୍ୟବଶତଃ ଅଳ୍ପକେ ୪ ସଦସ୍ୟ ବର୍ତ୍ତି ଯାଇଛନ୍ତି । ଏନେଇ ମାହାଙ୍ଗା ଥାନାରେ ହୋଇଛି ଅଭିଯୋଗ l ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟାଇଛନ୍ତି ଦୁର୍ବୃତ୍ତ ।
ଗ୍ରାମର ବସନ୍ତ ସାମଲ ଓ ଗୋଲାପ ବେହୁରାଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଆସିଥିଲା । ବସନ୍ତ ସାମଲ ଓ ତାଙ୍କ ପରିବାର ଲୋକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଗୋଲାପ ବେହୁରା ତାଙ୍କ ଘରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି ।
ତେବେ ନିଆଁ ଲାଗିବା ଦେଖି ଚିତ୍କାର କରିଥିଲେ ଘରେ ଫସିରହିଥିବା ଲୋକ । ପରେ ପଡୋଶୀ ମାନେ ବସନ୍ତ ଓ ତାଙ୍କ ପରିବାର ଲାକଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ମାହାଙ୍ଗା ଥାନା ପୋଲିସ ଅଭିଯୁକ୍ତ ଗୋଲାପ ବେହେରାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ