ଓଡିଶା

odisha

ETV Bharat / city

ଆଇଆଇଏଫଏଲ ଡକାୟତି ମାମଲା, ପୂର୍ବତନ ସୁରକ୍ଷାକର୍ମୀ ଗିରଫ

କଟକ ନୟାସଡକ ଆଇଆଇଏଫଏଲ ସୁନାଋଣ ପ୍ରଦାନକାରୀ ସଂସ୍ଥା ଲୁଟ୍ ମାମଲାରେ ଆଉଜଣଙ୍କୁ ଗିରଫ । ଗିରଫ ଅଭିଯୁକ୍ତ କମ୍ପାନୀର ପୂର୍ବତନ ସୁରକ୍ଷାକର୍ମୀ ଥିବାନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Nov 28, 2020, 7:10 PM IST

Updated : Nov 28, 2020, 7:33 PM IST

ଆଇଆଇଏଫଏଲ ଡକାୟତି ମାମଲା, ଆଉଜଣେ ଅଭିଯୁକ୍ତ ଗିରଫ
ଆଇଆଇଏଫଏଲ ଡକାୟତି ମାମଲା, ଆଉଜଣେ ଅଭିଯୁକ୍ତ ଗିରଫ

କଟକ: ଆଇଆଇଏଫଏଲ ଡକାୟତି ମାମଲାରେ ପୋଲିସର ସନ୍ଦେହ ହେଉଛି ସତ । ମାମଲାରେ ପୋଲିସ ସନ୍ଦେହ କରିଥିବା କର୍ମଚାରୀଙ୍କ ସମ୍ପୃକ୍ତି ସତ ହେବାରେ ଲାଗିଛି । ପୁଣି ଆଜି(ଶନିବାର) ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ, ଯିଏକି ଆଇଆଇଏଫଏଲ କମ୍ପାନୀରେ ପୂର୍ବରୁ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ ।

ଆଇଆଇଏଫଏଲ ଡକାୟତି ମାମଲା, ପୂର୍ବତନ ସୁରକ୍ଷାକର୍ମୀ ଗିରଫ

କଟକ ନୟାସଡକ ଆଇଆଇଏଫଏଲ ସୁନାଋଣ ପ୍ରଦାନକାରୀ ସଂସ୍ଥା ଲୁଟ୍ ମାମଲାରେ ଆଉଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାଁ ହରମୋନ ଦାସ, ସେ ଆଇଆଇଏଫଏଲର ପୂର୍ବତନ ସୁରକ୍ଷାକର୍ମୀ ଥିବାନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ହରମୋନ ଦାସ ଲାଲା ଠାରୁ ଟଙ୍କା ନେଇ ଏକ କାର କିଣି ଥିବାବେଳେ ତା'ର ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଠାବ ହୋଇଛି । ତେବେ ହରମୋନକୁ ମିଶାଇ ଏହି ମାମଲାରେ ଗିରଫଦାରୀଙ୍କ ସଂଖ୍ୟା 11ରେ ପହଞ୍ଚିଛି । ସେପଟେ ରିମାଣ୍ଡ ଶେଷ ପରେ ଲାଲା ସମେତ ସମସ୍ତ 5 ଅଭିଯୁକ୍ତଙ୍କୁ ଆଜି(ଶନିବାର) ସନ୍ଧ୍ୟାରେ ପୋଲିସ SDJM କୋର୍ଟରେ ହାଜର କରିଥିଲା ଏବଂ ମୁଖ୍ୟ ଅଭିଯୁକ୍ତ ଲାଲା ସହିତ ପୁଣି ଥରେ ମୋଟ 3 ଜଣଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 28, 2020, 7:33 PM IST

ABOUT THE AUTHOR

...view details