ଓଡିଶା

odisha

ETV Bharat / city

ସରକାରଙ୍କୁ ସହଯୋଗ କଲେ କଟକବାସୀ, ପାର୍ବଣ ଗାଇଡ଼ଲାଇନରେ ସରିଲା ଐତିହାସିକ ଦୁର୍ଗାପୂଜା

କୋଭିଡ କଟକଣା ମଧ୍ୟରେ ଶେଷ ହୋଇଛି କଟକ ଐତିହାସିକ ଦୁର୍ଗାପୂଜା । ବିନା ଭକ୍ତରେ ମେଲାଣି ନେଲେ ମା’ । କୋଭିଡ କଟକଣା ପାଇଁ ପାର୍ବଣକୁ ପଛ କରି ସରକାରଙ୍କ ଗାଇଡଲାଇନକୁ ସହଯୋଗ କଲେ କଟକବାସୀ । ଅପେକ୍ଷା ଆରବର୍ଷକୁ । ଅଧିକ ପଢନ୍ତୁ...

By

Published : Oct 17, 2021, 8:43 PM IST

ପାର୍ବଣ ଗାଇଡ଼ଲାଇନରେ ସରିଲା କଟକର ଐତିହାସିକ ଦୁର୍ଗାପୂଜା
ପାର୍ବଣ ଗାଇଡ଼ଲାଇନରେ ସରିଲା କଟକର ଐତିହାସିକ ଦୁର୍ଗାପୂଜା

କଟକ:ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପାଳନ ହେଲା ଚଳିତବର୍ଷର ଐତିହାସିକ ଦୁର୍ଗା ପୂଜା। ନା ମା’ ଙ୍କୁ ଦର୍ଶନ କଲେ ଭକ୍ତ ନାଁ ଜମିଲା ପୂଜାର ଆସର। କେବଳ ୪ ଫୁଟ ଉଚ୍ଚତାର ମୂର୍ତ୍ତି ମଧ୍ୟରେ ପରମ୍ପରା ରକ୍ଷାକଲା କଟକ ସହର । ଗୋଟିଏ ପଟେ ସରକାରଙ୍କ SOP ବଳବତ୍ତର ରହିବା ସହ ଭକ୍ତ କିନ୍ତୁ ନିଜ ଭାବାବେଗକୁ ନିଜ ମନରେ ସୀମିତ ରଖିବା ପାଇଁ ବାଧ୍ୟ ହୋଇଛି । ସାଧାରଣ ଜନଜୀବନର ସୁରକ୍ଷା ପାଇଁ ନିଜ ସହରର ଐତିହ୍ୟ ଓ ପରମ୍ପରା ସହ ସାଲିସ କରିବାକୁ ବାଧ୍ୟ ହୋଇଛନ୍ତି କଟକବାସୀ ।

ପାର୍ବଣ ଗାଇଡ଼ଲାଇନରେ ସରିଲା ପୂଜା

କୋଲକାତା ପରେ ଦୁର୍ଗା ପୂଜା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଏ ରୌପ୍ୟନଗରୀ କଟକ । ହେଲେ ଗତ ୨ବର୍ଷ ହେଲା କୋଭିଡ କଟକଣା ପାଇଁ ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ଐତିହାସିକ ଦୁର୍ଗାପୂଜା। ଦିନେ ଦୁର୍ଗା ପୂଜା ଆସିଲେ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠୁଥିବା କଟକ କିନ୍ତୁ ବର୍ତ୍ତମାନ ସରକାରୀ କଟକଣାରେ ଶ୍ରୀହୀନ ହୋଇପଡିଛି ।

ଚଳିତବର୍ଷ ପାର୍ବଣ ଓ କଟକିଆଙ୍କ ମଧ୍ୟରେ ଲକ୍ଷ୍ଣଣରେଖା ପାଟଲିଛି କୋଭିଡ SOP । ଏହାରି ମଧ୍ୟରେ ସହରରରେ ମଧ୍ୟ 170ରୁ ଊର୍ଦ୍ଧ୍ବ ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ସମାପିତ ହୋଇଥିଲେ ସୁଦ୍ଧା ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବାରଣ କରାଯାଇଛି । ସେହିପରି ମା’ଙ୍କ ମୂର୍ତ୍ତି ଉଚ୍ଚତା ମାତ୍ର ୪ ଫୁଟରେ ସିମୀତ ରଖିବା, ପେଣ୍ଡାଲର ୩ ପାର୍ଶ୍ବ ସମ୍ପୂର୍ଣ୍ଣ ସିଲ କରି ମାତ୍ର ୭ ଜଣ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜା ଶେଷ କରିବାରକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ସବୁ ଦିଗରେ ସରକାରଙ୍କ ପାଦ ସହ ପାଦ ମିଳାଇ ସହଯୋଗ କରିଥିଲେ ସମସ୍ତ ପୂଜା କମିଟି । ହେଲେ ସବୁପରେ ଯଦି ବର୍ତ୍ତମାନ ଯଦି କୋଭିଡ ସଂକ୍ରମଣ ବୃଦ୍ଧି ପାଏ, ତେବେ ପାର୍ବଣ କି କଟକ ଦୁର୍ଗା ପୂଜା ଦାୟୀ ରହିବନି ବୋଲି ସ୍ପଷ୍ଟ ଭାବେ କହିସାରିଛନ୍ତି କଟକବାସୀ ।

କୋଭିଡ ସଂକ୍ରମଣ ଭୟ ଓ ସରକାରୀ କଟକଣାରେ ମଉଳି ଯାଇଛି କଟକିଆଙ୍କ ଆଶା । ନିରାଡମ୍ବର ଭାବେ ବିନା ଭକ୍ତରେ ମା’ ମଧ୍ୟ ମେଲାଣି ନେଇଛନ୍ତି । ସବୁ କିଛି ସରକାର ଓ ପ୍ରଶାସନର ଗାଇଡଲାଇନ ଅନୁସାରେ ଶେଷ କରିଛନ୍ତି ପୂଜା କମିଟିର କର୍ମକର୍ତ୍ତା ଓ ସହଯୋଗ କରିଛନ୍ତି ସହରବାସୀ । ଯଦି କୋଭିଡ ସଂକ୍ରମଣ ସଂଖ୍ୟା ଉପର ମୁହାଁ ହୁଏ, ତେବେ କଟକ ପୂଜା ପାର୍ବଣ ଦାୟୀ ନୁହେଁ ବୋଲି କ୍ଷୋଭର ସହ ସ୍ପଷ୍ଟ କରିଛନ୍ତି କଟକିଆ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details