ଓଡିଶା

odisha

ETV Bharat / city

27 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ କଲା କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ - କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କୁଆଡ୍ ବ୍ରାଉନ ସୁଗାର ଜବତ

ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ବ୍ରାଉନ ସୁଗାର ବେପାରୀ । ଖୋର୍ଦ୍ଧା ସାମନ୍ତରାପୁରରେ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଏକ ଟିମ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ, ଅବକାରୀ କମିଶନର ଆଶୀଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରି ୨୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୧ ଲକ୍ଷ ୧୩ ହଜାର ଟଙ୍କା ଜବତ କରିଛି । ଅଧିକ ପଢନ୍ତୁ

cuttack exicise flying squad sezied brown sugar
27 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କୁଆଡ୍

By

Published : Jan 26, 2022, 7:30 AM IST

କଟକ:ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ବ୍ରାଉନ ସୁଗାର ବେପାରୀ । ଖୋର୍ଦ୍ଧା ସାମନ୍ତରାପୁରରେ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଟିମ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ, ଅବକାରୀ କମିଶନର ଆଶୀଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଚଢ଼ାଉ କରି ୨୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୧ଲକ୍ଷ ୧୩ ହଜାର ଟଙ୍କା ଜବତ କରିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ହେବ ବୋଲି ଜଣାପଡିଛି।

ତେବେ ଖୋର୍ଦ୍ଧାରୁ ବାଲେଶ୍ବର ଚାଲାଣ କରାଯାଉଥିବା ବିଭାଗ ସୂଚନା ଦେଇଛି । ଏ ମାମଲାରେ ଜଣେ ବ୍ୟବସାୟୀ ରାଜେନ୍ଦ୍ର ପୃଷ୍ଟିକୁ NDPS ଆକ୍ଟରେ ମାମଲା ରୁଜୁ କରି ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details