ଓଡିଶା

odisha

By

Published : Mar 24, 2021, 10:38 PM IST

ETV Bharat / city

ପୁଣି କଟକରେ ଫିକା ପଡିବ ଦୋଳମେଲଣ, ଏଥର ବି ବିଧିପାଇଁ ପୂଜା

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିକା ପଡ଼ିବ କଟକ ଦୋଳ ମେଲଣ। ଏହାର କାରଣ ହେଉଛି କଟକରେ ଧୀରେ ଧୀରେ ପୁଣି କାୟା ମେଲାଉଛି ନୂଆ ଷ୍ଟ୍ରେନ କରୋନା ଭାଇରସ। ଅଧିକ ପଢ଼ନ୍ତୁ...

ପୁଣି କଟକରେ ଫିକା ପଡିବ ଦୋଳମେଲଣ, ଏଥର ବି ବିଧିପାଇଁ ପୂଜା
ପୁଣି କଟକରେ ଫିକା ପଡିବ ଦୋଳମେଲଣ, ଏଥର ବି ବିଧିପାଇଁ ପୂଜା

କଟକ: ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିକା ପଡ଼ିବ କଟକ ଦୋଳ ମେଲଣ। ଏହାର କାରଣ ହେଉଛି କଟକରେ ଧୀରେ ଧୀରେ ପୁଣି କାୟା ମେଲାଉଛି ନୂଆ ଷ୍ଟ୍ରେନ କରୋନା ଭାଇରସ। ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ପ୍ରଶାସନ।

ପୁଣି କଟକରେ ଫିକା ପଡିବ ଦୋଳମେଲଣ, ଏଥର ବି ବିଧିପାଇଁ ପୂଜା

ଭାଇଚାରା ସହର କଟକରେ ଭାଇଚାରା ଭାବରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଏ। ବିଭିନ୍ନ ପର୍ବପର୍ବାଣୀକୁ ସହରବାସୀ ବେଶ ଧୁମଧାମରେ ପାଳନ କରିଥାଆନ୍ତି। ତେବେ ଯେଉଁ ଦୋଳ ପର୍ବରେ ହଜାର ହଜାର ଲୋକ ସାମିଲ ହେଉଥିଲେ, ସେହି ପର୍ବରେ ଏବେ ମାତ୍ର ଶହେ ଲୋକଙ୍କୁ ସାମିଲ କରି ପାଳନ କରିବାକୁ କୁହାଯାଇଛି।

ସେହିପରି ଚଳିତବର୍ଷ କେବଳ ବିଧି ରକ୍ଷା କରିବାକୁ ଏହି ପର୍ବକୁ ପାଳନ କରାଯିବ ବୋଲି କଟକ ଶାନ୍ତି କମିଟି ସଭାପତି କହିଛନ୍ତି। କୋରୋନା ଭାଇରସ ସଂକ୍ରମଣର ନୂଆ ଷ୍ଟ୍ରେନ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର କୌଣସି ପ୍ରକାର ବିପଦ ପୁଣି ଟାଣି ଆଣିବାକୁ ଚାହୁଁ ନାହାନ୍ତି। ଏଥିପାଇଁ ପ୍ରତ୍ୟେକ ସହର ଜିଲ୍ଲାକୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details