କଟକ: ଚଳିତ ବର୍ଷ କଟକରେ କିଭଳି ସୁଚାର ରୂପେ ହେବ ଧାନ ବିକ୍ରି ହେବ ସେନେଇ ଜିଲ୍ଲାପାଳ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କଟକ ଜିଲ୍ଲାରେ ଧାନ ବିକ୍ରିକୁ ନେଇ ଯେଭଳି କୌଣସି ଚାଷୀଙ୍କୁ ଅସୁବିଧା ନହେବ ସେନେଇ ବିଧାୟକଙ୍କୁ ଧ୍ୟାନ ଦେବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସମସ୍ତ ବିଧାୟକଙ୍କୁ ନିଜ ନିଜ ଅଞ୍ଚଳରେ ଚାଷୀଙ୍କ ସହ ଆଲୋଚନା କରି ଧାନ ବିକ୍ରିକୁ ନେଇ ଥିବା ସମସ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ବିଧାୟକଙ୍କୁ କୁହାଯାଇଛି।
ଖରିଫ ଧାନ ବିକ୍ରିକୁ ନେଇ ବିଧାୟକଙ୍କ ସହ କଟକ ଜିଲ୍ଲାପାଳଙ୍କ ଆଲୋଚନା - mla meeting
ଚଳିତ ବର୍ଷ କଟକରେ କିଭଳି ସୁଚାର ରୂପେ ହେବ ଧାନ ବିକ୍ରି ହେବ ସେନେଇ ଜିଲ୍ଲାପାଳ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ସେନେଇ ବିଧାୟକଙ୍କୁ ଧ୍ୟାନ ଦେବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢ଼ନ୍ତୁ...
ଖରିଫ ଧାନ ବିକ୍ରିକୁ ନେଇ ବିଧାୟକଙ୍କ କଟକ ଜିଲ୍ଲାପାଳଙ୍କ ଆଲୋଚନା
ଖରିଫ ଧାନ ବିକ୍ରିକୁ ନେଇ ବିଧାୟକଙ୍କ କଟକ ଜିଲ୍ଲାପାଳଙ୍କ ଆଲୋଚନା
ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜିଲ୍ଲାରେ ବହୁ ଧାନ ଫସଲ ନଷ୍ଟ ହୋଇଛି । ଏହାସହ କୋରୋନା ମହାମାରୀ ଯୋଗୁଁ ମଧ୍ୟ ବହୁ ଚାଷୀଙ୍କ ଧାନ ଅମଳ ଠିକ ଭାବରେ ହୋଇନାହିଁ। ଏଥିପାଇଁ ଆଜିର ବୈଠକରେ ପ୍ରତ୍ୟେକ ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ଦେବାକୁ ନିଷ୍ପତ୍ତି ହୋଇଛି। ଏହାସହ ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ଦେବାକୁ ଜିଲ୍ଲାପାଳୁଙ୍କୁ କେତେକ ପରାମର୍ଶ ଦେଇଛନ୍ତି ଉପସ୍ଥିତ ଥିବା ବିଧାୟକ। ଏଦିଗରେ ଦୃଷ୍ଟି ଦିଆଯିବା ସହ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ