କଟକ :ସରିଲା ଡେପୁଟି ମେୟର ନିର୍ବାଚନ। ଏକତରଫା ଭାବେ ବିଜେଡିର ପାର୍ଥୀନୀ ଦମୟନ୍ତୀ ମାଝୀ ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ। କିନ୍ତୁ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଛନ୍ତି ବିରୋଧୀ ଉଭୟ ବିଜେପି ଓ କଂଗ୍ରେସ। ଶାସକ ଦଳ ଉପରେ ଅସନ୍ତୋଷ ଜାହିର କରି ନିର୍ବାଚନ ବର୍ଜନ କରିଛନ୍ତି ବିରୋଧୀ। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଶପଥ ଗ୍ରହଣ ଉତ୍ସବ ପରେ ମେୟର ସୁବାଷ ସିଂହ ଶାସକ ଦଳର ସମସ୍ତ କର୍ପୋରେଟର ମାନଙ୍କ ସହ ହାତ ମିଳାଇଥିବା ବେଳେ ବିରୋଧୀଙ୍କ ସହ ହାତ ମିଳାଇ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ବିରୋଧୀ ବୋଲି ମେୟର ଆମ ସହ ହାତ ମିଳାଇଲେନି ! - ଦମୟନ୍ତୀ ମାଝୀ ଡେପୁଟି ମେୟର ଭାବେ ନିର୍ବାଚିତ
ସରିଲା ଡେପୁଟି ମେୟର ନିର୍ବାଚନ । ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଛନ୍ତି ବିରୋଧୀ ଉଭୟ ବିଜେପି ଓ କଂଗ୍ରେସ । ଅଧିକ ପଢ଼ନ୍ତୁ
ବିରୋଧୀ ବୋଲି ମେୟର ଆମ ସହ ହାତ ମିଳାଇଲେନି
ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ବିରୋଧୀଙ୍କ ପାଖରେ ସଂଖ୍ୟା କମ । ଜାଣିଶୁଣି ଏପରି ନାଟକ କରୁଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
TAGGED:
ସରିଲା ଡେପୁଟି ମେୟର ନିର୍ବାଚନ