କଟକ:ସୁରୁଖୁରୁରେ ଶେଷ ହେଲା ବାରବାଟୀର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ । ମ୍ୟାଚ୍ ବେଳେ ଦର୍ଶକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ତେବେ ଟିକେଟ ବିକ୍ରିବେଳେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏହାକୁ ଛାଡ଼ିଦେଲେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ସବୁ କାମକୁ ସୁଚାରୁ ରୂପେ ଶେଷ କରିଛି କମିଶନରେଟ ପୋଲିସ । ମ୍ୟାଚ୍ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିଥିଲେ ଦର୍ଶକ । ପ୍ରତ୍ୟେକଙ୍କ ସହଯୋଗ ମନବୃତ୍ତି ହିଁ ଏତେ ବଡ଼ ମ୍ୟାଚ୍କୁ ସଫଳତାର ସହ ସମାପନ କରିବାରେ ସହାୟକ ହୋଇଛି ।
ବାରବାଟୀ ମ୍ୟାଚ୍ ପରେ ପୋଲିସ କର୍ମଚାରୀଙ୍କୁ କଟକ ଡିସିପିଙ୍କ ଧନ୍ୟବାଦ - କଟକ ଡିସିପି ପିନାକ ମିଶ୍ର
ସୁରୁଖୁରୁରେ ଶେଷ ହେଲା ବାରବାଟୀର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ । ମ୍ୟାଚ୍ ବେଳେ ଦର୍ଶକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଟକ DCP ପିନାକ ମିଶ୍ର । ଅଧିକ ପଢ଼ନ୍ତୁ
ବାରାବାଟୀ ମ୍ୟାଚ୍ ପରେ ପୋଲିସ କର୍ମଚାରୀଙ୍କୁ କଟକ ଡିସିପିଙ୍କ ଧନ୍ୟବାଦ
ତେବେ ମ୍ୟାଚ୍ ପାଇଁ କମିଶନରେଟ ପକ୍ଷରୁ ଗୋଟିଏ ମାସ ଆଗରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଯାହାର ଫଳ ମ୍ୟାଚ୍ ବେଳେ ରୂପାୟନ ହୋଇଥିଲା । ଟ୍ରାଫିକ ହେଉ କିମ୍ବା ଖେଳାଳିଙ୍କ ସୁରକ୍ଷା ଦାୟିତ୍ୱ ସମସ୍ତ ଦାୟିତ୍ବ ବହନ କରିଥିଲା କମିଶନରେଟ ପୋଲିସ । ଏଥିପାଇଁ ମ୍ୟାଚ୍ ଶେଷ ହେବାପରେ ପୋଲିସ ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
TAGGED:
କଟକ ଡିସିପି ପିନାକ ମିଶ୍ର