ଓଡିଶା

odisha

ETV Bharat / city

ସିଲଭରସିଟିରେ ଜିରୋନାଇଟ ସେଲିବ୍ରେସନ ମନା: ଅମାନିଆଙ୍କୁ ସାବାଡ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ - ସିଲଭରସିଟିରେ ଜିରୋ ନାଇଟ ସେଲିବ୍ରେସନ ମନା

ଜିରୋ ନାଇଟ ସେଲିବ୍ରେସନ କଟକଣା ପାଇଁ କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି। ଜୋରଦାର ହେବ ଚେକିଂ ସହ ବ୍ଲକିଂ। କଟକ ସହରରେ ମୋଟ 23ଟି ନାକାପଏଣ୍ଟ ସହ ମୋଟ 12 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ଅଧିକ ପଢନ୍ତୁ

ସିଲଭରସିଟିରେ ଜିରୋ ନାଇଟ ସେଲିବ୍ରେସନ ମନା : ଅମାନିଆଙ୍କୁ ସାବାଡ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ
ସିଲଭରସିଟିରେ ଜିରୋ ନାଇଟ ସେଲିବ୍ରେସନ ମନା : ଅମାନିଆଙ୍କୁ ସାବାଡ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

By

Published : Dec 30, 2021, 7:43 PM IST

କଟକ :ଜିରୋ ନାଇଟ ସେଲିବ୍ରେସନ କଟକଣା ପାଇଁ କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି । ଜୋରଦାର ହେବ ଚେକିଂ ସହ ବ୍ଲକିଂ। କଟକ ସହରରେ ମୋଟ 23ଟି ନାକାପଏଣ୍ଟ ସହ ମୋଟ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ସମସ୍ତ ବରିଷ୍ଠ ଅଧିକାରୀ ମଧ୍ୟ ନିୟୋଜିତ ହେବେ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ହୋଟେଲ, ପବ, କ୍ଳବ ଓ ରେଷ୍ଟୁରାଣ୍ଟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ଡିସିପି ।

ସିଲଭରସିଟିରେ ଜିରୋ ନାଇଟ ସେଲିବ୍ରେସନ ମନା : ଅମାନିଆଙ୍କୁ ସାବାଡ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ତେବେ ଆସନ୍ତାକାଲି( ଶୁକ୍ରବାର) ସନ୍ଧ୍ୟା ଠାରୁ ମୁତୟନ ହେବେ ଫୋର୍ସ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି । ଯେଉଁଠି ନିୟମ ଭଙ୍ଗ ହେବ । ସେଠାରେ ସଙ୍ଗେସଙ୍ଗେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ଛୋଟ ବଡ଼ ହୋଟେଲ ଉପରେ ମଧ୍ୟ ରହିବ ନଜର । କେଉଁଟି ବି ନାଚ ଗୀତ, ମଉଜ ମଜଲିସର ଆସର ଜମିବ ନାହିଁ । ଏପରିକି ନାଇଟ କର୍ଫ୍ୟୁ ଲଗାଯିବାର ମଧ୍ୟ ହେବାର ଯୋଜନା ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details