କଟକ:ମାଞ୍ଜା ସୂତାରେ ଜୟନ୍ତ ସାମଲଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ମାଞ୍ଜା ସୂତା ଓ ନଟେଇ ଜବତ କରିବା ସହିତ କୌଣସି ଦୋକାନରେ ବିକ୍ରି ହେଉଥିଲେ ପୋଲିସକୁ ଖବର ଦେବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ଏହା ବି ପଢନ୍ତୁ: Death By Manja Thread: ଗୁଡି ବ୍ୟବସାୟୀ ସେକ ଅନଔର ଗିରଫ, ଅତର୍କିତ ରେଡ କଲା ପୋଲିସ
ଏହି ଘଟଣାରେ କଟକର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରିବା ସହ ୧୫ ଜଣଙ୍କୁ ନୋଟିସ ଦେଇ ଛାଡିଛି ପୋଲିସ । ଏଥିସହ ସହରରେ ଯେପରି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏହି ପ୍ରକ୍ରିୟା ଜାରି ରହିବ ବୋଲି କଟକ ଡିସିପି କହିଛନ୍ତି । ତେବେ ଏଥିପାଇଁ ସହରବାସୀଙ୍କ ସାହାଯ୍ୟ ଲୋଡିଛନ୍ତି ଡିସିପି । ବିଶେଷକରି ଯେଉଁମାନେ ମାଞ୍ଜା ସୂତା ଲୁଚାଇ ବିକୁଥିବେ, ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି ।