କଟକ:ଦିନକୁ ଦିନ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରାଞ୍ଚଳକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ରାତି 9ଟାରୁ ସହରାଞ୍ଚଳଗୁଡିକରେ ସଟଡାଉନ ପାଇଁ କଟକଣା ଲାଗୁହେବ । ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।
ଆଜି ରାତି ୯ ଟାରୁ କଟକରେ ସପ୍ତାହନ୍ତ ସଟଡାଉନ ପାଇଁ କଟକଣା ଲାଗୁହେବ। ଯାହା ସୋମବାର ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କଟକରେ କଡାକଡି ପାଳନ କରାଯିବ । କଟକଣା ପାଳନ କରିବା ପାଇଁ ସମୂର୍ଣ୍ଣ ପ୍ରସ୍ତୁତ କଟକ କମିସନରେଟ ପୋଲିସ ।