କଟକ: ବର୍ଷାଙ୍କ ଏତଲାକୁ ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି ପିନାକ ମିଶ୍ର । ଖୁବଶୀଘ୍ର ତାଙ୍କ ବିପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ବିଭିନ୍ନ ଅରୁଚିକର ମନ୍ତବ୍ୟର କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ଷାଙ୍କ ବିପକ୍ଷରେ ହୋଇଥିବା ପୋଷ୍ଟର ସ୍କ୍ରିନସର୍ଟ୍ସ ନିଆଯାଇଛି । କିଏ ଏହି ଆକାଉଣ୍ଟ ଚଲାଉଛନ୍ତି ତା'ର ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି ।
ସୂଚନା ଅନୁଯାୟୀ, ସାମାଜିକ ଗଣମାଧ୍ୟମରେ ଭାବମୂର୍ତ୍ତିକୁ ବିକୃତ କରି ପୋଷ୍ଟ କରାଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା । ଏନେଇ କଟକ ସାଇବର ଥାନାରେ ଆଉ ଏକ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାମାଜିକ ଗଣମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ ବିକୃତ କରିବାକୁ ଉଦ୍ୟମ ହେଉଥିବା ନେଇ ଏତାଲାରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତାଲାରେ ନିବେଦନ କରିଛନ୍ତି ।