କଟକ: କୋରୋନା ପ୍ରଭାବରେ ସାରା ରାଜ୍ୟରେ ବର୍ତ୍ତମାନ ରକ୍ତାଭାବ ଦେଶଖା ଦେଇଥିବା ବେଳେ ଏହି ରକ୍ତାଭାବ ଦୂର କରିବା ପାଇଁ ଆଗେଇ ଆସିଛି କମିଶନରେଟ ପୋଲିସ । ଏନେଇ ଶନିବାର ରକ୍ତଦାନ କରି ସମାଜକୁ ରକ୍ତଦାନ କରିବାକୁ ପ୍ରେରଣା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
ରାଜ୍ୟରେ କୋରୋନା ମହାମାରୀକୁ ନେଇ କଟକଣା ବଳବତ୍ତର ରହିଥିବା ବେଳେ କେହି ରକ୍ତାଭାବର ଶିକାର ନହେଉ ବୋଲି କହିଛନ୍ତି ଡିସିପି । ଜୀବନବିନ୍ଦୁ ପକ୍ଷରୁ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଏନେଇ ରକ୍ତଦାନ କରି ସମାଜକୁ ସେବାର ବାର୍ତ୍ତା ଦେଇଛନ୍ତି ସେ ।