ଓଡିଶା

odisha

ETV Bharat / city

ଆସନ୍ତା 12ରେ ଜରୁରୀ ସେବା ଛାଡି ଚକ ଅଖ ବନ୍ଦ: କଂଗ୍ରେସ - କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ଚୌଧୁରୀ

ସଫଳ ହେବ କଟକ ବନ୍ଦ। ଅତ୍ୟାବଶ୍ୟକ ସେବାକୁ ଛାଡିକି ଆଉ ସବୁ ସେବା ରୋକିବ କଂଗ୍ରେସ । ସହର ଓ ଜିଲ୍ଲାସ୍ତରରେ ଅଖ ଚକ ବନ୍ଦ କରିବ କଂଗ୍ରେସ । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ । ଅଧିକ ପଢନ୍ତୁ...

cuttack Congress
cuttack Congress

By

Published : Nov 10, 2021, 10:26 PM IST

କଟକ: ସଫଳ ହେବ କଟକ ବନ୍ଦ । ଅତ୍ୟାବଶ୍ୟକ ସେବାକୁ ଛାଡିକି ଆଉ ସବୁ ସେବା ରୋକିବ କଂଗ୍ରେସ। ସହର ଓ ଜିଲ୍ଲାସ୍ତରରେ ଅଖ ଚକ ବନ୍ଦ କରିବ କଂଗ୍ରେସ । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ । ତେବେ 6 ଘଣ୍ଟିଆ ବନ୍ଦ ପାଳନରେ କଟକ ବାସୀ ନିଶ୍ଚୟ ସହଯୋଗ କରିବେ ବୋଲି ଆଶା ରଖିଛି କଟକ ଜିଲା କଂଗ୍ରେସ ।

ଆସନ୍ତା 12 ରେ ଅତ୍ୟାବଶ୍ୟକ ସେବା ଛାଡି ଅଖ ଚକ ବନ୍ଦ : କଂଗ୍ରେସ

ସୂଚନା ଅନୁଯାୟୀ , ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ନିରପେକ୍ଷ ତଦନ୍ତ ଓ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଓଡିଶା ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆସନ୍ତା ନଭେମ୍ବର ୧୨ ଓଡିଶା ବନ୍ଦ ହେବ। ତେବେ ଏନେଇ କଟକରେ କିପରି ବନ୍ଦ ସଫଳ ହେବ ସେନେଇ କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଲା ଏକ ପ୍ରସ୍ତୁତି ବୈଠକ ।

ସେହିପରି ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟା ସମୟରେ ଏକ ମଶାଲ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଇବା ସହିତ ବିଭିନ୍ନ ମହାସଂଘ ମାନଙ୍କର ସହଯୋଗ ଲୋଡିବ ଦଳ । ଜରୁରୀ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ, ରୋଗୀ, ପରୀକ୍ଷାର୍ଥୀ ଓ ଆମ୍ବୁଲାନ୍ସ ସେବାକୁ ବାଧା ଦିଆଯିବ ନାହିଁ । କଟକ ସହରର ସମସ୍ତ ଜନସାଧାରଣଙ୍କୁ ନଭେମ୍ବର ୧୨ ତାରିଖ ସଖାଳ ୬ ଘଟିକାରୁ ମାଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ବନ୍ଦକୁ ସଫଳ କରିବାକୁ ନିବେଦନ କରିଛି କଂଗ୍ରେସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details