ଓଡିଶା

odisha

ETV Bharat / city

କଂଗ୍ରେସ ନେତାଙ୍କ ED ହାଜିରାକୁ କଟକ କଂଗ୍ରେସର ବିରୋଧ - ସୋନିଆଙ୍କୁ ଇଡିର ଜେରା ଘଟଣା

ସୋନିଆ ଗାନ୍ଧୀଙ୍କୁ EDରେ ଜେରା ଘଟଣା । କଟକରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ସୋନିଆଙ୍କୁ EDର ଜେରା ଘଟଣା, କଟକରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ସୋନିଆଙ୍କୁ EDର ଜେରା ଘଟଣା, କଟକରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

By

Published : Jul 22, 2022, 5:52 PM IST

କଟକ: ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ED) ଜେରା ଘଟଣା । ଆଜି (ଶୁକ୍ରବାର) ଦେଶବ୍ୟାପି କଂଗ୍ରେସର ପ୍ରତିବାଦ ଜାରି ରହିଛି । ଏହି କ୍ରମରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ହାତରେ କେନ୍ଦ୍ର ସରକାର ବିରୋଧୀ ବିଭିନ୍ନ ପ୍ଲାକାର୍ଡ ଧରି ଲିଙ୍କ ରୋଡ଼ ଛକରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ପରେ BSNL କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲେ ।

ସୋନିଆଙ୍କୁ EDର ଜେରା ଘଟଣା, କଟକରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ କର୍ମୀ ବିଏସଏନଏଲ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ଅଟକାଇଥିଲା । ଫଳରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ତଦନ୍ତକାରୀ ଏଜେନ୍ସିଙ୍କ ଦ୍ବାରା ଅପଦସ୍ତ କରି କଂଗ୍ରେସ କର୍ମୀଙ୍କୁ ମୋଦି ସରକାର ଜାଗ୍ରତ କରୁଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରବି ମଲ୍ଲିକ ।

ବହୁ ଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ସମନ କରିଥିଲା । ପୂର୍ବରୁ ରାହୁଲ ଇଡି ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିବାବେଳେ ସୋନିଆ ସ୍ବାସ୍ଥ୍ୟଗତ କାରଣରୁ ହାଜର ହେବାକୁ ସମୟ ମାଗିଥିଲେ । ତେବେ ସୁସ୍ଥ ହେବାପରେ ସୋନିଆ ଇଡି ଜେରାକୁ ସାମ୍ନା କରିଛନ୍ତି । ସେପଟେ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତା ଏହାକୁ ବିରୋଧ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details