କଟକ: ବିଶ୍ବ ଲଢୁଥିବା କୋରୋନା ଯୁଦ୍ଧର ମୁଖ୍ୟ ଯୋଦ୍ଧା ପୋଲିସ ବାହିନୀ । ଖରା ବର୍ଷାକୁ ଖାତିର ନକରି ରାତି ଦିନ କରୁଛନ୍ତି ନିଜର କର୍ତ୍ତବ୍ୟ । ଆଉ ଏହାର ଏକ ଝଲକ ଦେଖିବାକୁ ମିଳିଛି କମିସନରେଟ ପୋଲିସ ପାଖରେ । 2ୟ ପର୍ଯ୍ୟାୟ ଲକଡାଉନ ବେଳେ କଟକରେ ଅସହାୟଙ୍କ ଶାହା ବନିଛନ୍ତି ଖାକି ବାବୁ ।
ଲକଡାଉନରେ ଭୋକିଲା ପେଟର ସାଥୀ କଟକ କମିଶନରେଟ ପୋଲିସ ସହରରେ ଯେମିତି କୌଣସି ବି ନିରାଶ୍ରୟ ଭୋକିଲା ନ ରୁହନ୍ତି, ସେଥିଲାଗି ନେଇଛନ୍ତି ଶପଥ । ସହରର ପ୍ରତ୍ୟେକ ଥାନା ଅଧୀନରେ ଥିବା ନିରାଶ୍ରୟମାନଙ୍କୁ ଖାଦ୍ୟ ଯୋଗାଇ ଚାଲିଛନ୍ତି । ପ୍ରତିଦିନ 5ରୁ 6 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଓ 300ରୁ 500 ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛି କଟକ କମିଶନରେଟ ପୋଲିସ ।
ତେବେ କିଛି ଦିନ ପୂର୍ବେ କଟକରେ ଜଣେ ଅସହାୟ ମହିଳାଙ୍କୁ ମହିଳା ଥାନା ଅଧିକାରୀ ଖୁଆଇ ଦେଉଥିବାର ଦୃଶ୍ୟ ସମ୍ନାକୁ ଆସିଥିଲା । ଯାହା ସାରା ରାଜ୍ୟ ବେଶ ଚର୍ଚ୍ଚା ସାଉଣ୍ଟିଥିଲା । ଆଉ ଏବେ କଟକ କମିଶନରେଟର ଏହି ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଖାକି ପୋଷାକରେ ଆହୁରି ଗାରିମା ଭରି ଦେଉଛି । ଏଥିପାଇଁ କମିଶନରେଟକୁ ସାଲୁଟ ମାରିଛନ୍ତି କଟକବାସୀନ୍ଦା ।
ତେବେ ଏହି କୋରୋନା ବିପକ୍ଷ ଯୁଦ୍ଧ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଆଉ ସମସ୍ତଙ୍କ ମନରେ ସ୍କୃତି ହୋଇ ରହିବା କଟକ କମିଶନରେଟ ପୋଲିସ ଏହି ବଦାନ୍ୟତା ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ