କଟକ: ଚୌଦ୍ବାରରୁ ଗିରଫ ହେଲେ କୁଖ୍ୟାତ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ଲୋକଙ୍କ ଠାରୁ ମୋବାଇଲ ଛିନତାଇ କରୁଥିଲେ । ଆଜି ଏହି ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ ।
ଏହି ଗ୍ୟାଙ୍ଗର ମୁଖ୍ୟ ହେମନ୍ତ ଡୋରା ହୋଇଥିବାବେଳେ ଗ୍ୟାଙ୍ଗକୁ ସକ୍ରିୟ ଭାବେ ଚଳାଉଥିଲେ ହେମନ୍ତ । ଏହି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭଂଜନ ଭୋଳ, ନବୀନ, ବାବୁ ବିହାରୀ, ଦିଲ୍ଲୀପ ମାଝି ଓ ସରତ ସେଠୀ ।