କଟକ:ଶିକ୍ଷକ ସାଜିଲେ ଜିଲ୍ଲାପାଳ । ବିଦ୍ୟାଳୟରେ ଶିକ୍ଷକ ସାଜି ଇତିହାସ ପଢାଇଲେ ଜିଲ୍ଲାପାଳ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ବିଶ୍ୱନାଥ ବିଦ୍ୟାପୀଠରେ । ଏକ ସ୍ବତନ୍ତ୍ର ଅଭିଯାନ ପାଇଁ ବିଶ୍ୱନାଥ ବିଦ୍ୟାପୀଠରେ ବିଦ୍ୟାର୍ଥୀଙ୍କ ପ୍ରଥମ କ୍ଲାସ ନେଇଥିଲେ ଜିଲ୍ଲାପାଳ ।
ବିଶ୍ୱନାଥ ବିଦ୍ୟାପୀଠରେ ପିଲାଙ୍କୁ ଇତିହାସ ପଢାଇଲେ କଟକ ଜିଲ୍ଲାପାଳ - କଟକ ଜିଲ୍ଲାପାଳଙ୍କ ଶିକ୍ଷକତା
ବିଶ୍ୱନାଥ ବିଦ୍ୟାପୀଠରେ ଶିକ୍ଷକ ସାଜି ଇତିହାସ ପଢାଇଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ
ସାହିତ୍ୟ ହେଉକି ଇତିହାସ କିପରି ସହଜ ଓ ସରଳ ଉପାୟରେ ମନେ ରଖିବାକୁ ପଡ଼ିବ ସେନେଇ ଜିଲ୍ଲାପାଳ ଛାତ୍ରୀଛାତ୍ରଙ୍କୁ ତାଲିମ ଦେଇଥିଲେ । ପ୍ରକାଶଥାଉକି, ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ବିଶ୍ୱନାଥ ବିଦ୍ୟାପୀଠର ପୁରାତନ ଛାତ୍ର ଥିଲେ । 1979 ମସିହାରେ ମାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ । ଏହାସହ ଉକ୍ତ ବିଦ୍ୟାଳୟକୁ ଜିଲ୍ଲାପାଳ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ତେବେ ଏହି ସ୍କୁଲରୁ ବିଶ୍ୱନାଥ ବିଦ୍ୟାପୀଠର ଉଦହାରଣ ନେଇ ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ମିଶନ ଆରମ୍ଭ କରାଯିବ ବେଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକ୍ରମ ସତରେ ପ୍ରଶଂସା ଯୋଗ୍ୟ ।
ଇଟିଭି ଭାରତ, କଟକ