କଟକ:ରାଜ୍ୟରେ ଆୟତ ହେଉନି କୋଭିଡ ସଂକ୍ରମଣ । ଦୈନିକ 3 ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର କଟକରେ ରହିଛି ରାଜ୍ୟରେ ସର୍ବାଧିକ କୋରୋନା ପଜେଟିଭ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି ।
ଏହାରି ମଧ୍ୟରେ ଲକଡାଉନ କୋହଳ ହୋଇଛି । କଟକ ବି କାଟାଗୋରୀରେ ରହିଛି । ତେଣୁ ଗହଳି ମଧ୍ୟ ଦୃଶ୍ୟମାନ ହେଉଛି । ତେବେ ଲୋକମାନେ ଆତଙ୍କିତ ନହୋଇ ସତର୍କ ରହିବାକୁ କଟକ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।