ଓଡିଶା

odisha

ETV Bharat / city

ସଫଳ ହୋଇଛି ସଟଡାଉନ: କଟକ ଜିଲ୍ଲାପାଳ - cuttack collector reaction on shutdown

କଟକ ସହରକୁ ଦୁଇ ଦିନ ଧରି ସଟଡାଉନ କରାଯାଇଛି । ନିୟମ ମାନି ଦୋକାନ ବଜାର ବନ୍ଦ ଥିବା ସହ ଲୋକେ ଘରୁ ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଲକଡାଉନ ସଫଳ ହେବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ସଫଳ ହୋଇଛି ସଟଡାଉନ:  କଟକ ଜିଲ୍ଲାପାଳ
ସଫଳ ହୋଇଛି ସଟଡାଉନ: କଟକ ଜିଲ୍ଲାପାଳ

By

Published : Jun 7, 2020, 1:17 PM IST

କଟକ: ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ 11 ଜିଲ୍ଲାରେ ଦୁଇ ଦିନ ଧରି ଜାରି ରହିଛି ସଟଡାଉନ । କଟକକୁ ମଧ୍ୟ ଦୁଇ ଦିନ ଧରି ସଟଡାଉନ କରାଯାଇଛି । ନିୟମ ମାନି ଦୋକାନ ବଜାର ବନ୍ଦ ଥିବା ସହ ଲୋକେ ଘରୁ ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଲକଡାଉନ ସଫଳ ହେବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ସଫଳ ହୋଇଛି ସଟଡାଉନ: କଟକ ଜିଲ୍ଲାପାଳ

ଜିଲ୍ଲାପାଳ କହିଛନ୍ତି ଯେ ଲକଡାଉନ ନିୟମ କୋହଳ ହେବା ପରେ କଟକରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଥିଲା । ସାମାଜିକ ଦୂରତା ଭୁଲି ଲୋକେ ବଜାରକୁ ଆସୁଥିବା ମଧ୍ୟ ଦେଖାଯାଉଥିଲା । ତେବେ ସଟଡାଉନ ହେବାପରେ କଟକରେ ନିଶ୍ଚୟ ରୂପେ ପରିବର୍ତ୍ତନ ଆସିବ । କୋରୋନା ଯୁଦ୍ଧରେ ସଟଡାଉନ ଏକ ବଡ ଅସ୍ତ୍ର ହେବ ବୋଲି ଜିଲ୍ଲପାଳ କହିଛନ୍ତି ।

ଏଠାରେ ସୂଚନା ଥାଉ ଯେ, କଟକରେ ମୋଟ କୋରୋନା ପଜିଟିଭ ସଂଖ୍ୟା 172 ଥିବାବେଳେ, 87 ଆକ୍ଟିଭ ଓ 84 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details