ଓଡିଶା

odisha

ETV Bharat / city

ଟ୍ରେନ ଆଗରେ ଶୋଇ ବ୍ୟବସାୟୀଙ୍କ ଆତ୍ମହତ୍ୟା - cuttack businessman suicide

କଟକ ରେଳ ଷ୍ଟେସନରୁ ମୃତଦେହ ଉଦ୍ଧାର । ନିଜେ ବ୍ୟକ୍ତି ଜଣକ ଟ୍ରେନ ସାମନାରେ ଶୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

By

Published : Oct 2, 2019, 3:18 AM IST

କଟକ : ରେଳ ଷ୍ଟେସନରେ ଆତ୍ମହତ୍ୟା କଲେ ବ୍ୟବସାୟୀ। । ମଙ୍ଗଳବାର ବରେନ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ରେଳ ଧାରଣା ଉପରେ ଶୋଇ ଆତ୍ମହତ୍ୟା କରିଛନ୍ତି । ତାଙ୍କର 50 ବର୍ଷ ବୋଲି ଜଣାପଡିଛି ।

କଟକ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଆଗରେ ଶୋଇ ଆତ୍ମହତ୍ୟା କରିଥିବା ବର୍ତ୍ତମାନ ସୁଦ୍ଧା ଜଣାପଡିଛି । ମୃତକଙ୍କ ଘର କଟକ ବଜ୍ରକବାଟୀ ସାମନ୍ତ ସାହି ଅଞ୍ଚଳରେ । ସେ ପେସା ରେ ଜଣେ ବ୍ୟବସାୟୀ ଥିଲେ ।

ଘଟଣା ସ୍ଥଳରେ ଆର ପି ଏଫ ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details