ଓଡିଶା

odisha

କାଳ ହୋଇପାରେ କ୍ବାରେଣ୍ଟାଇନ ନିୟମ ପରିବର୍ତ୍ତନ: କଟକ ବିଜେପି

By

Published : May 27, 2020, 6:52 PM IST

ରାଜ୍ୟ ସରକାରଙ୍କ କ୍ବାରେଣ୍ଟାଇନ ନିୟମ ପରିବର୍ତ୍ତନକୁ ନେଇ ଗର୍ଜିଲା କଟକ ବିଜେପି । ସଙ୍ଗରୋଧ ନିୟମକୁ ରାଜ୍ୟ ସରକାର ବଳବତ୍ତର ରଖନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛି କଟକ ବିଜେପି ।

କାଳ ହୋଇପାରେ କ୍ବାରେଣ୍ଟାଇନ ନିୟମ ପରିବର୍ତ୍ତନ: କଟକ ବିଜେପି
କାଳ ହୋଇପାରେ କ୍ବାରେଣ୍ଟାଇନ ନିୟମ ପରିବର୍ତ୍ତନ: କଟକ ବିଜେପି

କଟକ: ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲା ବିଜେପି । କ୍ବାରେଣ୍ଟାଇନ ସମୟକୁ ବାରମ୍ବାର ବଦଳାଇବା ଲୋକଙ୍କ ପାଇଁ କାଳ ହୋଇପାରେ ବୋଲି ପିଜେପି କହିଛି । ପ୍ରାବସୀଙ୍କୁ ସ୍ବାଗତ କରୁଛନ୍ତି ରାଜ୍ୟ ସରକାର । ହେଲେ ସଙ୍ଗରୋଧ ନିୟମକୁ ରାଜ୍ୟ ସରକାର ବଲବତ୍ତର ରଖନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛି କଟକ ବିଜେପି ।

କାଳ ହୋଇପାରେ କ୍ବାରେଣ୍ଟାଇନ ନିୟମ ପରିବର୍ତ୍ତନ: କଟକ ବିଜେପି

ବିଜେପି ନେତା ପ୍ରକାଶ ବେହେରାଙ୍କ ଅଧୀନରେ ଏକ ଟିମ କଟକ ଜିଲ୍ଲାପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ଦାବି ପତ୍ର ପ୍ରଦାନ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥି ପାଇଁ ପ୍ରବାସୀମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥା ମଧ୍ୟରେ ସ୍ବାବ ଓ ରକ୍ତ ପରୀକ୍ଷା କରାଯାଉ ବୋଲି କହିଛି ବିଜେପି । ଆଉ ଏହାଛଡା ପ୍ରବାସୀମାନେ କେତେ ଦିନ ସରକାରୀ ଓ ହୋମ କ୍ବାରେଣ୍ଟାଇନରେ ରହିବେ ଏନେଇ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ଦାବି ପତ୍ରରେ କୁହାଯାଇଛି ।

ଏହା ଭିତରେ ଅନେକ ଥର କ୍ବାରେଣ୍ଟାଇନର ନିୟମ ବଦଳିସାରିଲାଣି । ଯାହା ପାଇଁ ଅନେକ ନିର୍ବାଚନ ମଣ୍ଡଳୀରେ ବିବାଦର ଚିତ୍ର ସମ୍ନାକୁ ଆସିଛି । ଏବେ ବି ସମୟ ଅଛି ସରକାର ଏହି ଦିଗରେ ଧ୍ୟାନ ଦେବା ଦରକାର ବୋଲି ଦାବି କରିଛି ବିଜେପି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details