ଓଡିଶା

odisha

By

Published : Dec 14, 2020, 2:14 PM IST

ETV Bharat / city

ବେଲେଶ୍ବର ମର୍ଡର ମିଷ୍ଟ୍ରିକୁ ବର୍ଷେ, ଅପରାଧୀର ପତ୍ତା ପାଉନି ପୋଲିସ

କଟକ ବେଲେଶ୍ଵର ଡବଲ ମର୍ଡରକୁ ବର୍ଷେ ପୂରିଛି । କିନ୍ତୁ ବାର ମାସ ପରେ ବି ପୋଲିସ ହାତ ଖାଲି । ଅପରାଧୀ ନିକଟରେ ପୋଲିସ ପହଞ୍ଚି ପାରୁନଥିବାବେଳେ ସିବିଆଇ ତଦନ୍ତର ଦାବି କରିଛନ୍ତି ହତ୍ୟାର ଶିକାର ହୋଇଥିବା ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କ ପୁଅ । ଅଧିକ ପଢନ୍ତୁ...

ମର୍ଡର ମିଷ୍ଟ୍ରି
ମର୍ଡର ମିଷ୍ଟ୍ରି

କଟକ: ନୂଆବଜାର ବେଲେଶ୍ଵର ଡବଲ ମର୍ଡରକୁ ପୂରିଛି ବର୍ଷେ । କିନ୍ତୁ ଏବେବି ରହସ୍ୟ ଘେରରେ ରହିଛି ମର୍ଡର ମିଷ୍ଟ୍ରି । ବର୍ଷ ପରେ ବି ହତ୍ୟାକାରୀର ଟେର୍‌ ପାଉନି ପୋଲିସ । ବୃଦ୍ଧ ଦମ୍ପତିଙ୍କ ହତ୍ୟା ପଛରେ କିଏ ? କାହିଁକି ଭିଆଇଲେ ଏପରି କାଣ୍ଡ ? ନିର୍ମମ ହତ୍ୟା ପଛର କାରଣ କଣ ? ଏ ତମାମ୍‌ ପ୍ରଶ୍ନ ଏବେ ବି ପ୍ରଶ୍ନ ହୋଇ ରହିଛି ।

ମର୍ଡର ମିଷ୍ଟ୍ରି

2019 ମସିହା ଡିସେମ୍ବର 12 ତାରିଖ । ଭାଇଚାରା ସହରରେ ଖେଳିଯାଇଥିଲା ଭୟର ବାତାବରଣ । ରାତି ଅଧରେ ହୋଇଥିଲା ଡବଲ ମର୍ଡର । କେହି ଦୁର୍ବୃତ୍ତ ଅତି ନିର୍ମମ ଭାବେ ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁ ସାମଲଙ୍କୁ ହତ୍ୟା କରିଥିଲା । ହେଲେ ଘଟଣାକୁ ବର୍ଷ ବିତିଯାଇଥିଲେ ବି, ଅପରାଧୀ ପାଖରେ ପହଞ୍ଚି ପାରୁନି ପୋଲିସ । ଏବେ ବି ବେଫିକର ହୋଇ ବୁଲୁଛି ଅପରାଧୀ । ଯାହାକୁ ନେଇ ଚିନ୍ତାରେ ପରିବାର ।

ଅନ୍ୟପଟେ ଏହାରି ଭିତରେ କଟକ ଡିସିପି ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । ଅଖିଳେଶ୍ବର ସିଂ ସମୟରେ ଏହି ଜଘନ୍ୟ କାଣ୍ଡ ହୋଇଥିବେଳେ ଏବେ ନୂଆ ଡିସିପି ଭାବେ ପ୍ରତୀକ ସିଂ ଦାୟିତ୍ବ ନେଇଛନ୍ତି । ଆଉ ହତ୍ୟାକାରୀକୁ ଧରିବାର ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି । ଫଳରେ ଜୋରଦାର ତଦନ୍ତ ହେଉଥିବା କୁହାଯାଉଛି । ସେପଟେ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ପୁଅ ରବିନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ତେବେ କେବେ ସରିବ ତଦନ୍ତ ? କେବେ ଅପରାଧୀ ହାତରେ ପଡିବ ହ୍ୟାଣ୍ଡକପ ? ତାକୁ ହିଁ ଅପେକ୍ଷା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details