ଓଡିଶା

odisha

ETV Bharat / city

କଟକ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅସନ୍ତୋଷ ବିଧାୟକ - cuttack latest news

କଟକ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଧାୟକ । ଏଭଳି ଅବ୍ୟବସ୍ଥା ନେଇ ବିଧାନସଭାରେ ଉଠାଯିବ ବୋଲି ବିଧାୟକ କହିଛନ୍ତି । ଅଧିକ ପଢନ୍ତୁ...

କଟକ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଧାୟକ
କଟକ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଧାୟକ

By

Published : Sep 28, 2020, 10:56 PM IST

କଟକ: ଏସସିବି ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବା । କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ କଟକ ବଡ଼ ମେଡିକାଲ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।

କଟକ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଧାୟକ

ବିଶେଷକରି ଯେଉଁ ରୋଗୀ ମାନେ କଟକ ବଡ଼ ମେଡିକାଲ କୁ ଆସୁଛନ୍ତି ସେମାନଙ୍କୁ ସଠିକ ଚିକିତ୍ସା ମିଳୁନାହିଁ । ଏପରିକି ରୋଗୀମାନଙ୍କୁ ଯେଉଁଠି ଆଇସୋଲେସନରେ ରଖାଯାଉଛି ସେଠାରେ ବି ଚିକିତ୍ସା ଠିକ ଭାବରେ ମିଳୁନାହିଁ । ସବୁଠାରୁ ବଡ଼ କଥା ହେଉଛି କaରୋନା ପରୀକ୍ଷା ରିପୋର୍ଟ ଆସିବାକୁ ୩ ରୁ ୪ ଦିନ ସମୟ ଲାଗିଯାଉଛି । ଫଳରେ ଅନେକ ଗୁରୁତର ରୋଗୀ ମୃତ୍ୟୁ ବରଣ କରୁଛନ୍ତି।କାହା କାହା ମଧ୍ୟରେ ସମନ୍ୱୟ ନ ରହିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି।

ଏନେଇ ଆଜି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ କଟକ ବଡ଼ ମେଡିକାଲ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥି ସହ ସ୍ଥିତିର ନିୟନ୍ତ୍ରଣ ପାଇଁଏସସିବି ଅଧିକ୍ଷକ ଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ। ଏକ ହେଲ୍ପଡେସ୍କ ତୁରନ୍ତ ଖୋଲିବା ସହ ୨୪ ଘଣ୍ଟା ମଧ୍ୟରେ ରୋଗୀଙ୍କୁ କରୋନା ରିପୋର୍ଟ ଦେବା ନେଇ ଆଲୋଚନା କରାଯାଇଥିବା ସେ କହିଛନ୍ତି । ତେବେ ଏଭଳି ଅବ୍ୟବସ୍ଥା ନେଇ ବିଧାନସଭାରେ ଉଠାଯିବ ବୋଲି ବିଧାୟକ କହିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details