କଟକ: ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ କଟକ ବାଲିଯାତ୍ରା । ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ ସୂଚନା ଦେଇଛନ୍ତି । କୋରୋନା କଟକଣା ଯୋଗୁଁ ଗତ ବର୍ଷ ମଧ୍ୟ ହୋଇନଥିଲା କଟକ ବାଲିଯାତ୍ରା ।
କଟକ ଜିଲ୍ଲାପାଳ କହିଛନ୍ତି ଯେ ଏ ବର୍ଷ ମଧ୍ୟ ହେବ ନାହିଁ କଟକ ଐତିହାସିକ ବାଲିଯାତ୍ରା । କୋଭିଡ ସ୍ଥିତିକୁ ଆଖି ଆଗରେ ରଖି ବାଲିଯାତ୍ରା କରିବା ସମ୍ଭବପର ନୁହେଁ କୋଭିଡ କମିଛି ହେଲେ ଏଯାବତ ମୂଳତ୍ପାଟନ ହୋଇନାହିଁ । ଯାହାକୁ ନେଇ ବାଲିଯାତ୍ରା କରିବା ସମ୍ଭବପର ନୁହେଁ ।