କଟକ: ଦିନ ବଢି ଚାଲିବା ସହିତ ଐତିହାସିକ ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ହେଉଛି ସମାଗମ । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ବାଲିଯାତ୍ରା ତଳ ପଡିଆରେ ଷ୍ଟଲ ଖୋଲିଛି । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କରିବା ପାଇଁ ବ୍ୟବହୃତ ବିଭିନ୍ନ ସରଞ୍ଜାମ ପ୍ରଦର୍ଶନ କରାଯାଇଛି । ଏୟାର ଲିଫ୍ଟିଙ୍ଗ ବ୍ୟାଗ ଠୁ ଆରମ୍ଭ କରି ସର୍ଚ୍ଚ କ୍ୟାମେରା ପର୍ଯ୍ୟନ୍ତ ଏଠାରେ ଡିସପ୍ଲେ ହେଉଛି । ଏହାସହ ପ୍ରାକୃତିକ ବିପର୍ଯୟ ସମୟରେ ଜଣେ ବ୍ୟକ୍ତି କିଭଳି ନିଜକୁ ସୁରକ୍ଷିତ ରଖି ପାରିବ ସେନେଇ ମଧ୍ୟ ଏଠାରେ ସୂଚନା ମିଳୁଛି ।
ସେହିପରି ଭାରତୀୟ ନୌସେନା ମଧ୍ୟ ବାଲିଯାତ୍ରାରେ ଷ୍ଟଲ ପକାଇ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ନେଇ ସଚେତନ କରାଉଛି । ଜଣେ ପିଲା କିଭଳି ନୌସେନା ପାଇଁ ଆବେଦନ କରିବ, କଣ ଡକ୍ୟୁମେଣ୍ଟସ ଆବଶ୍ୟକ, ଏହାର କାମ କଣ, ତାହା ଏଠାରେ ସୂଚନା ଦିଆଯାଉଛି । ଏଥିସହିତ ନୌସେନାର କାମ କଣ, କେଉଁ ପରିସ୍ଥିତିରେ ନୌସେନା କି ପଦକ୍ଷେପ ନିଏ, ଏହାର ତମାମ ସୂଚନା ଛାତ୍ରଛାତ୍ରୀଙ୍କୁ ଏଠାରେ ପ୍ରଦାନ କରାଯାଉଛି ।