କଟକ: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ । ଶେଷରେ ସର୍ବୋଚ୍ଚ କୋର୍ଟ ରାମଜନ୍ମଭୂମି ବିବାଦର ରାୟ ପ୍ରକାଶ କରିଛନ୍ତି । ଆସ୍ଥା, ବିଶ୍ବାସରେ ଏହି ନିଷ୍ପତ୍ତି ହୋଇନାହିଁ । ବରଂ ସର୍ବ ସମ୍ମତିରେ ଏହି ନିଷ୍ପତ୍ତି ନେଇଛନ୍ତି ଖଣ୍ଡପୀଠ । ଏହି ବିବାଦୀୟ ଜମି ରାମଲାଲାଙ୍କ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯାହାକୁ ସମସ୍ତେ ଗ୍ରହଣ କରିବା ସହ ସମ୍ମାନ କରିବା ଦରକାର ।
ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ଦେଶର ଭାଇଚାରାକୁ ବୃଦ୍ଧି କରିବା ସହ ସାମ୍ପ୍ରଦାୟିକ ହିଂସାକୁ ରୋକିବ । ଅନେକ ବର୍ଷ ଧରି ଏହି ବିବାଦ ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଯାହାକି ପ୍ରତ୍ୟେକ ହିନ୍ଦୁ ଓ ମୁସଲିମଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦିନ । ପ୍ରକାଶ ପାଇଥିବା ଏହି ରାୟ ଉଭୟ ସମ୍ପ୍ରଦାୟର ବିଜୟ ନୁହେଁ କି ପରାଜୟ ନୁହେଁ ବରଂ ଭାଇଚାରାକୁ ମଜଭୁତ କରାଯାଇଛି । ତେବେ ଏହି ଘୋଷଣାକୁ ସ୍ବାଗତ କରିଛି କଟକ ଅମନ କମିଟି ।