ଓଡିଶା

odisha

ETV Bharat / city

ଗୁରୁବାର ଠାରୁ କଟକରେ ଲାଗିବ ସାମାଜିକ କଟକଣା

ଗୁରୁବାର ଠାରୁ କଟକ ସହରରେ ଲାଗିବ ସାମାଜିକ କଟକଣା । ଏଥିପାଇଁ ପ୍ରଶାସନ ଆରମ୍ଭ କରିଛି ସ୍ବତନ୍ତ୍ର ଅଭିଯାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Mar 25, 2020, 8:45 PM IST

lokdown
lokdown

କଟକ: ମହାମାରୀ କୋରୋନାର ମୁକାବିଲା ପାଇଁ ସାରା ଦେଶ ଏବେ ଏକାକାର ହୋଇପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବନରେ ସାରା ଦେଶରେ ଜାରି ହୋଇଛି ଲକଡାଉନ । ତେବେ ଅନେକ ଅଞ୍ଚଳରେ ଲକଡାଉନ ପାଳନ ମଧ୍ୟ ବିଫଳ ହେଉଥିବା ପ୍ରଶାସନ ଅନୁଭବ କରୁଛି । ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଭିଡ ଲାଗି ରହୁଛି । ଫଳରେ ଏହାର ପ୍ରତିକାର ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି ।

ଆଜି(ବୁଧବାର) କଟକର ଛତ୍ର ବଜାର ପରିବା ମାର୍କେଟରେ ପ୍ରବଳ ଜନ ଗହଳି ଲାଗି ରହିଥିଲା । ଲୋକେ ଲକଡାଉନ ଦେଖି ଅତ୍ୟାବଶ୍ୟକ ସାମଗ୍ରୀ ନେବାପାଇଁ ଭିଡ ଲଗାଇଥିଲେ । ଫଳରେ ସାମାଜିକ ଦୂରତା ଏଠି ବାଟହୁଡିଥିଲା । ନା ଥିଲା ସାମାଜିକ ଦୂରତା ନାଥିଲା ଲକଡାଉନ କଟକଣା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଆସନ୍ତାକାଲି (ଗୁରୁବାର) ଠାରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଗରେ ଗୋଲେଇ ବୃତ୍ତ କରାଯିବ । ଏହାଦ୍ବାରା ସାମାଜିକ ଦୂରତା ରକ୍ଷା କରିବାକୁ କଟକ ପ୍ରଶାସନ ଯୋଜନା କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details