କଟକ:ସାରା ରାଜ୍ୟରେ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା। ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକାକରଣ କରାଯିବ। ଏହି କ୍ରମରେ କଟକରେ ୧୧ଟି କେନ୍ଦ୍ରରେ ଟିକା ଦିଆଯିବ। କଟକ ମହାନଗର ନିଗମରେ ୫ଟି କେନ୍ଦ୍ର ଓ ଗ୍ରାମାଞ୍ଚଳରେ ୬ଟି କେନ୍ଦ୍ରରେ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।
ପ୍ରଥମ ଦିନରେ 1100 ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା - କଟକରେ ୧୧ଟି କେନ୍ଦ୍ରରେ ଦିଆଯିବ ଟିକା
କଟକରେ ପ୍ରଥମ ଦିନରେ 1100 ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ୧୧ଟି କେନ୍ଦ୍ରରେ ଟିକା ଦିଆଯିବା ନେଇ ସୂଚନା । ଅଧିକ ପଢନ୍ତୁ...
ପ୍ରଥମ ଦିନରେ ୧୧ଶହ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା
ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। କଟକ ସିଟି ହସ୍ପିଟାଲରେ ସମସ୍ତ ଟିକା ସୁରକ୍ଷିତ ଭାବେ ରଖାଯାଇଥିବା ବେଳେ, ୧୫ ତାରିଖରେ ଅନ୍ୟ କେନ୍ଦ୍ର ଗୁଡିକୁ ପଠାଯିବ। ତେବେ ଯେଉଁ କେନ୍ଦ୍ରରେ ଷ୍ଟୋର କରିବାର କ୍ଷମତା ନାହିଁ ୧୬ ତାରିଖ ସକାଳୁ ସେହି କେନ୍ଦ୍ରକୁ ଟିକା ପଠାଯିବ ବୋଲି ଏଡିଏମଓ ଡାକ୍ତର ଉମେଶ ରାୟ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ