କଟକ: କାଲି କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ (BSKY Smart Health Card) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ପ୍ରସ୍ତୁତି ପ୍ରକ୍ରିୟାର ସ୍ଥିତି ପରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ଷ୍ଟେଜ ଠୁ ଆରମ୍ଭ କରି ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରିଛନ୍ତି । ଏହା ସହ କଟକ ଜିଲ୍ଲାପାଳ, କମିଶନର ଓ ଜିଲ୍ଲା ବିଜେଡି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାଶ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲାରେ 200 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବାରବାଟୀ ଦୁର୍ଗ ସମ୍ମୁଖ ଉପର ପଡିଆରେ ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।