ଓଡିଶା

odisha

ETV Bharat / city

ପ୍ରତ୍ୟେକ ପରିବାରକୁ ମାସିକ ୫ ରୁ ୧୦ ହଜାର ଟଙ୍କା ଦେବାକୁ ମୋକିମଙ୍କ ଦାବି

ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ହାତଖୋଲା ରିଲିଫ ଦେବାକୁ ଦାବି କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଅଧିକ ପଢନ୍ତୁ...

ctc-barabati-mla-reaction
ctc-barabati-mla-reaction

By

Published : Apr 24, 2020, 6:02 PM IST

କଟକ: କୋରୋନା ସହାୟତା ପାଣ୍ଠି ପାଇଁ ହଜାର ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିଲାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ହାତଖୋଲା ରିଲିଫ ଦେବାକୁ ଦାବି କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଲୋକଙ୍କୁ ଯେଉଁ ସହାୟତା ପ୍ରଦାନ କରାଯାଉଛି ତାହା ଯଥେଷ୍ଟ ନୁହେଁ। ଯେତିକି ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି, ତାହା ଠିକ ଭାବରେ କରାଯାଉନଥିବା ବିଧାୟକ ଅଭିଯୋଗ କରିଛନ୍ତି।

ପ୍ରତ୍ୟକ ପରିବାରକୁ ମାସିକ ୫ ରୁ ୧୦ ହଜାର ଟଙ୍କା ଦେବାକୁ ମୋକିମଙ୍କ ଦାବି

ଏଥିସହ କୋଟି କୋଟି ଟଙ୍କାର ସହାୟତା ରାଶି ବାଟବଣା ହେବାର ସମ୍ଭାବନା ଥିବା ବିଧାୟକ କହିଛନ୍ତି। ସେହିପରି ବିଦ୍ୟୁତ ବିଲ ,ପାଣି ବିଲ ଆଦି ଛାଡ଼ କରିବାକୁ ବିଧାୟକ ଦାବି କରିଛନ୍ତି। କରୋନା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ରେ ସ୍କୁଲ ଫି ଛାଡ଼ କରିବାକୁ କଟକ ବାରବାଟୀ ବିଧାୟକ ଦାବି କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ବିଧାୟକ ମୋକିମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details