କଟକ: ଦଶହରା ଆସିଲେ କଟକରେ ବଢେ ଦୁର୍ଦ୍ଦାନ୍ତଙ୍କ ପ୍ରାଦୁର୍ଭାବ ! ସକ୍ରିୟ ହୋଇ ଉଠନ୍ତି ଛୋଟ ବଡ ଅପରାଧୀ । ଲୋକଙ୍କ ଗହଳିରେ ଏମାନେ ଭିଆଇଥାନ୍ତି ବିଭିନ୍ନ କାଣ୍ଡ । ଆଉ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସାଧାରଣ ଜନତା । ଚୋରି, ରାହାଜାନୀ, ହତ୍ୟା ଧମକ ସହ ବନ୍ଧୁକ ମୁନରେ ଦାଦାବଟି ଆଦାୟ କରନ୍ତି ଅସାମାଜିକ ଲୋକ ।
ହେଲେ ଏଥର ଏସବୁଥିରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ଅନେକ ଅପରାଧୀଙ୍କୁ ପୂଜା ପୂର୍ବରୁ ଗିରଫ କରି ସାବାଡ କରିଛି ପୋଲିସ । ଛୋଟମୋଟରୁ ନେଇ ହାର୍ଡକୋର ସବୁ ଵର୍ଗର ଅପରାଧୀଙ୍କୁ ହ୍ୟାଣ୍ଡକପ ପକାଉଛି କମିଶନରେଟ ପୋଲିସ। ଯାହା ଆଗକୁ ମଧ୍ୟ ଜାରି ରହିବ ବୋଲି କଟକ ଡିସିପି କହିଛନ୍ତି ।