କଟକ: ସାରୁଅ ଜମି କେଳେଙ୍କାରୀ ମାମଲାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକାଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ। ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତାକାଲି (ଶନିବାର) ଦିନ 11 ସୁଦ୍ଧା ହାଜର ହେବାକୁ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ।
ସାରୁଅ ଜମି ଘୋଟାଲା ମାମଲାକୁ ନେଇ କ୍ରାଇମବ୍ରାଞ୍ଚକୁ ରାଜସ୍ବ ବିଭାଗ ଚିଠି ଲେଖିଥିଲା। ଏହାପରେ ଜାଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ। ଗୁରୁବାର ଏହି ମାମଲାରେ ଘରୋଇ ଗଣମାଧ୍ୟମ ସଂସ୍ଥା ସାରୁଅରେ ନିର୍ମାଣ କରିଥିବା ପାଚେରୀକୁ ଭାଙ୍ଗିଥିଲା ପ୍ରଶାସନ। ପ୍ରାକୃତିକ ଜଳ ସ୍ରୋତକୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ପାଚେରୀ ଭଙ୍ଗା ଯାଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଥିଲେ।