କଟକ: କଟକର ବହି ବନ୍ଧାଳୀ ଅଭିମନ୍ୟୁ ଦାସଙ୍କୁ ପ୍ରଶଂସା କରିଛନ୍ତି କ୍ରିକେଟର ମହମ୍ମଦ କୈଫ । ଅଭିମନ୍ୟୁ କ୍ୟାନସର ପୀଡିତଙ୍କର ସେବା କରୁଥିବାରୁ କୈଫ ତାଙ୍କୁ ଉତ୍ସାହିତ କରିଛନ୍ତି । ଏନେଇ ସେ ନିଜ ଟ୍ବିଟର ପେଜରେ ଉଲ୍ଲେଖ କରିଛନ୍ତି।
ସେ ନିଜ ଟ୍ବିଟରରେ ଲେଖିଛନ୍ତି, ଓଡିଶାର ଜଣେ ବହି ବନ୍ଧାଳୀ ଅଭିମନ୍ୟୁ ଦାସ କ୍ୟାନସର କାରଣରୁ ନିଜ ମାଆ ଓ ଆତ୍ମୀୟଙ୍କୁ ହରାଇଥିଲେ । ତାପରେ ସେ ଗରିବ କ୍ୟାନସର ପୀଡିତଙ୍କୁ ସାହାଯ୍ୟ କରିଆସୁଛନ୍ତି । ଏପରିକି କ୍ୟାନସରରେ ମୃତ ଲୋକମାନଙ୍କ ଶେଷକୃତ୍ୟ ମଧ୍ୟ କରୁଛନ୍ତି । ମାନବ ସେବା ହିଁ ମାଧବ ସେବା ବୋଲି ସେ ଉଲ୍ଲେଖ କରିଛନ୍ତି ।